ବେଙ୍ଗାଲୁରୁ: ଭାରତ ପାଇଁ ଚନ୍ଦ୍ର ଅଭିଯାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭବିଷ୍ୟତର କେତେକ ବଡ଼ ମହାକାଶ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହି ଅଭିଯାନର ସଫଳତା ଅତି ଜରୁରୀ ବୋଲି କୁହାଯାଇଛି। ଆଜି ସଫଳତାର ସହ ଉତ୍କ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଏବଂ ପ୍ରପଲଜନ ମଡ୍ୟୁଲ ସହିତ ମୋଟ ୬ଟି ପେଲୋଡ୍ ରହିଛି। ତେବେ ଉକ୍ତ ଗୁରୁତ୍ବପୂର୍ଣ୍ଣ ମିସନର ନେତୃତ୍ବ ଭାରତର ରକେଟ ମହିଳା ଋତୁ କରିଧଲ ଶ୍ରୀବାସ୍ତବ ନେଇଛନ୍ତି। ଋତୁ କରିଧଲ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଚନ୍ଦ୍ରଯାନ-୩ର ସେ ମିସନ ଡାଇରେକ୍ଟର। ଉତ୍ତର ପ୍ରଦେଶର ଲକ୍ଷ୍ନୌନିବାସୀ ଋତୁ ମଙ୍ଗଳଯାନ ମିସନରେ ମଧ୍ୟ ସାମିଲ ଥିଲେ। ମଙ୍ଗଳ ମିସନର ସେ ଉପ ନିର୍ଦ୍ଦେଶିକା ରହିଥିଲେ। ବର୍ତ୍ତମାନ ସେ ଗୁରୁତ୍ବପୂର୍ଣ୍ଣ ମହାକାଶ ମିସନର ନେତୃତ୍ବ ନେଉଛନ୍ତି। ଲକ୍ଷ୍ନୌରେ ଜନ୍ମିତ ଋତୁ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମ୍ଏସ୍ସି ଡିଗ୍ରି ହାସଲ କରିଛନ୍ତି। ତାହା ପରେ ସେ ଦେଶର ଖ୍ୟାତନାମା ପ୍ରତିଷ୍ଠାନ ଆଇଆଇଏସ୍ ବେଙ୍ଗାଲୁରୁରେ ଶିକ୍ଷାଲାଭ କରିଛନ୍ତି। ପାଠପଢ଼ା ଶେଷ ପରେ ଇସ୍ରୋରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏରୋସ୍ପେସ୍ ଉପରେ ତାଙ୍କର ବିଶେଷ ଦକ୍ଷତା ରହିଛି। ଏଥିସହିତ ତାଙ୍କୁ ଭାରତର ରକେଟ ମହିଳା ଆଖ୍ୟା ଦିଆଯାଇଛି। ୧୯୯୭ ମସିହାରୁ ସେ ଇସ୍ରୋରେ କାର୍ଯ୍ୟ କରୁଛନ୍ତି। ଇସ୍ରୋର ଜଣେ ସଫଳ ବୈଜ୍ଞାନିକ ଭାବେ ସେ ପୂରା ବିଶ୍ବରେ ପରିଚିତ।
‘ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଥିବା ଲକ୍ଷ୍ନୌର ରକେଟ୍ ମହିଳା
/sambad/media/post_attachments/wp-content/uploads/2023/07/f465s4fhsfhhfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)