ନୂଆଦିଲ୍ଲୀ: ଲକ୍ଷ୍ନୌର ଚାରବାଘ ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ନିଜନିଜ ଟ୍ରେନକୁ ଅପେକ୍ଷା କରି ପ୍ଲାଟଫର୍ମରେ ଶୋଇପଡ଼ିଥିବା ଯାତ୍ରୀମାନଙ୍କ ଉପରେ ସଫେଇ କର୍ମଚାରୀମାନେ ପାଣି ଫିଙ୍ଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଡିସେମ୍ବର ୨୫ରେ ଘଟିଥିବା ବେଳେ ଏବେ ଏହାର ଏକ ଭିଡିଓ ଭାଇରାଲ ହେଉଛି।ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।
ଅଧିକପଢ଼ନ୍ତୁ:ସନ୍ଧ୍ୟାରେ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ବସିବ
ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ନିଜନିଜ ଟ୍ରେନକୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ପ୍ଲାଟଫର୍ମରେ ଶୋଇପଡ଼ିଛନ୍ତି। ଏହି ସମୟରେ ସଫେଇ କର୍ମଚାରୀମାନେ ଶୋଇଥିବା ଯାତ୍ରୀଙ୍କୁ ଉଠାଇବା ପାଇଁ ପାଣି ଫିଙ୍ଗୁଥିବା ଦେଖିବାକୁ ମିଳୁଛି। ଏହି ଯାତ୍ରୀମାନଙ୍କ ମଧ୍ୟରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ସମେତ ବୃଦ୍ଧ ଓ ବୃଦ୍ଧା ସମସ୍ତେ ସାମିଲ ଥିଲେ।
लखनऊ में रेलवे स्टेशन पर सो रहे लोगों पर रात में ठंडा पानी फेंका
— Sachin Gupta (@SachinGuptaUP) December 29, 2024
'इनोवेशन फॉर चेंज इनोवेटिव पाठशाला' NGO 25 दिसंबर की रात चाय बांटने चारबाग रेलवे स्टेशन पर पहुंचा तो ये नजारा मिला। प्लेटफॉर्म की सफाई के नाम पर रेलवेकर्मियों ने ऐसा किया। pic.twitter.com/oIHYqtNyRP
ଅଧିକପଢ଼ନ୍ତୁ:ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ: ଥାନା ଆଇଆଇସି ଓ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ସାହୁ ଭାଉଜ ନିଜ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/XXFV4H5xWfXUA7QjEz91.jpg)