ଲକ୍ଷ୍ନୌ: ମଙ୍ଗଳବାର ସନ୍ଧ୍ୟାରେ ୟୁପିର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି। ୱଜିର ହସନ ରୋଡରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ ଭୁଶୁଡି ପଡିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ଜଣ ଲୋକ ତଳେ ଦବି ରହିଥିବା କୁହାଯାଉଛି। ଦୁର୍ଘଟଣାର ସୂଚନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳକୁ ଦିଆଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହିତ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Advertisment

ଘଟଣାସ୍ଥଳରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଠାଟି ହଠାତ ଭୁଶୁଡି ପଡ଼ିଥିବା ଆଶଙ୍କା କରାଯାଉଛି। ଏହା ପଛର କାରଣ ଜଣାପଡ଼ିନାହିଁ। ଏପର୍ଯ୍ୟନ୍ତ ୩ଜଣଙ୍କ ମୃତଦେହ ମିଳିଛି, ଯାହାକୁ ଡାକ୍ତରଖାନା ପଠାଯାଇଛି। ଏବେ ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ‌ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଏକ ପୁରୁଣା କୋଠା ଭୁଶୁଡ଼ିବା ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଏସଡିଆରଏଫ ଏବଂ ଏନଡିଆରଏଫ ଟିମକୁ ଘଟଣାସ୍ଥଳରେ ରିଲିଫ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

लखनऊ में तीन मंजिला इमारत भरभराकर गिर गई aajtak