ଚିକେନ ନଗେଟରୁ ବାହାରିଲା ଫେସ୍ ମାସ୍କ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଇଂଲଣ୍ଡରେ ଏକ ଅଜବ ଘଟଣା ଘଟିଛି। କରୋନା ମହାମାରୀ ସମୟରେ ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକେ ମୁହଁରେ ମାସ୍କ ପିନ୍ଧୁଥିବା ବେଳେ ଇଂଲଣ୍ଡରେ ଖାଦ୍ୟରୁ ମାସ୍କ ବାହାରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।  ଜଣେ ୬ବର୍ଷର ବାଳିକା ମ୍ୟାଡି ମ୍ୟାକଡୋନାଲ୍ଡରୁ ଚିକେନ୍ ନଗେଟ୍ ଅର୍ଡର କରିଥିବା ବେଳେ ଚିକେନ ନଗେଟରୁ ଫେସ୍ ମାସ୍କ ବାହାରିବା ଦେଖି ମ୍ୟାଡିଙ୍କ ମା’ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ମ୍ୟାକଡୋନାଲ୍ଡ।

indiatimes

ସୂଚନା ମୁତାବକ, ମ୍ୟାଡି ଚିକେନ ନଗେଟ ଖାଇବା ପାଇଁ ବାଧ୍ୟ କରିବାରୁ ତାଙ୍କ ମା’ ଲୌରା ଅରବର ମ୍ୟାକଡୋନାଲ୍ଡରୁ ଚିକେନ ନଗେଟ ଅର୍ଡର କରିଥିଲେ। ଡେଲିଭର ହେବା ପରେ ମ୍ୟାଡି ତୁରନ୍ତ ଚିକେନ ନଗେଟ କାଢ଼ି ଖାଇବା ଆରମ୍ଭ କରିଥିଲେ। ଖାଉ ଖାଉ ତାଙ୍କ ପାଟି ଭିତରେ କିଛି ଥିବା ଅନୁଭବ କରି ସେ ଖାଇଥିବା ଚିକେନ ନଗେଟ କାଢ଼ିି ଦେଇଥିଲେ। ମ୍ୟାଡିର ପାଟି ଶୁଣି ଲୌରା ଦୌଡ଼ି ଆସି ଦେଖିବା ପରେ ଚିକେନ ନଗେଟ ଭିତରେ ଫେସ୍ ମାସ୍କ ଥିବା ଦେଖିଥିଲେ। ଗୋଟେ ନୁହେଁ, ବକ୍ସରେ ଥିବା ଅନ୍ୟ କିଛି ଚିକେନ ନଗେଟ ଭିତରେ ମଧ୍ୟ ମାସ୍କ ଥିବା ଦେଖିବାକୁ ପାଇଥିଲେ ଲୌରା। ଏହି ଘଟଣା ପରେ ଲ‌ୌରା ଭବିଷ୍ୟତରେ କେବି ବି ମ୍ୟାକଡୋନାଲ୍ଡରୁ ଖାଇବା ଅର୍ଡର କରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର