ଚଣ୍ଡୀଗଡ଼: ଗୁରୁବାର ଦିନ ଲୁଧିଆନା କୋର୍ଟ ପରିସରରେ ସଂଗଠିତ ବିସ୍ଫୋରଣ ସହିତ ଖଲିସ୍ତାନୀ ତତ୍ତ୍ବ, ଗ୍ୟାଙ୍ଗ୍‌ଷ୍ଟର୍‌ ଏବଂ ଡ୍ରଗ୍‌ ସ୍ମଗ୍‌ଲର୍‌ମାନଙ୍କର ସମ୍ପୃକ୍ତି ଥିବା କଥା ତଦନ୍ତରୁ ଜଣାପଡ଼ିଛି ବୋଲି ପଞ୍ଜାବ ପୁଲିସ ମହାନିର୍ଦେଶକ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ କହିଛନ୍ତି।

Advertisment

ଗଣମାଧ୍ୟମକୁ ସେ କହିଛନ୍ତି, ଖଲିସ୍ତାନୀ ତତ୍ତ୍ବ, ଗ୍ୟାଙ୍ଗ୍‌ଷ୍ଟର୍‌ ଓ ଡ୍ରଗ୍‌ ସ୍ମଗ୍‌ଲର୍‌ଙ୍କ ସମ୍ପୃକ୍ତି ଥିବା କଥା ଆମେ ଜାଣିପାରିଛୁ। ଆମେ ଆତଙ୍କବାଦ ଏବଂ ମାଦକଦ୍ରବ୍ୟ ଭଳି ଚାଲେଞ୍ଜ୍‌ର ସମ୍ମୁଖୀନ ହେଉଛୁ। ମାଦକ ଦ୍ରବ୍ୟ ଓ ଆତଙ୍କବାଦଦ୍ବାରା ସୃଷ୍ଟ ଅପରାଧ ବିପଜ୍ଜନକ ‘କକ୍‌ଟେଲ୍‌’। ଲୁଧିଆନାର ଘଟଣାଟି ସେହି ପ୍ରକାରର।

publive-image Image Courtesy of MSN

ସେ ଆହୁରି ମଧ୍ୟ କହିଛନ୍ତି, ୨୪ ଘଣ୍ଟା ମଧ୍ୟରେ ମାମଲାଟି ଜଣାପଡ଼ିଯାଇଥିଲା। ତଦନ୍ତରେ ଅଗ୍ରସର ହେବା ପାଇଁ ଘଟଣାସ୍ଥଳରୁ ଆମେ କେତେଗୁଡ଼ିଏ ତଥ୍ୟ ପାଇଯାଇଥିଲୁ। ସେଠାରୁ ଆମେ ଛିଡ଼ା ପୋଷାକ, ଗୋଟାଏ ସିମ୍‌ କାର୍ଡ, ଗୋଟାଏ ମୋବାଇଲ୍‌ ଫୋନ୍‌ ଏବଂ ମୃତ ବ୍ୟକ୍ତିଙ୍କ ବାହୁରେ ‘ଟ୍ୟାଟୁ’ ପାଇଥିଲୁ।

ଲୁଧିଆନା ବିସ୍ଫୋରଣ ଘଟଣାର ସନ୍ଦିଗ୍ଧଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇ ସେ କହିଲେ, ମୃତବ୍ୟକ୍ତିଜଣକ ବିସ୍ଫୋରକ ରଖିଥିଲେ। ଏହା ହେଉଛି ବାସ୍ତବ ହୋଇଥିବା ଆମର ପ୍ରାଥମିକ ଆକଳନ। ୨୪ ଘଣ୍ଟା ମଧ୍ୟରେ ଆମେ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଲୁ। ୨୦୧୭ରେ ତାଙ୍କୁ ଗିରଫ କରାଯାଇଥିଲା।