ନୂଆଦିଲ୍ଲୀ: ଚଳିତ ୨୦୨୦ର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ଜାନୁଆରି ୧୦ ତାରିଖ, ଶୁକ୍ରବାର ଦିନ ସଂଘଟିତ ହେବାକୁ ଯାଉଛି। ସାଧାରଣ ଭାବେ ତିନି ପ୍ରକାରର ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମିଳିଥାଏ। ସେଗୁଡ଼ିକ ହେଲା ସଂପୂର୍ଣ୍ଣ, ଆଂଶିକ ଓ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ। ତେବେ, ଶୁକ୍ରବାର ରାତିରେ ଦେଖିବାକୁ ମିଳିବ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ। ଏକ ମହାଜାଗତିକ ଦୃଶ୍ୟ ଭାବେ ବିବେଚିତ ହେଉଥିବା ଏହି ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ ବିଶ୍ୱର ଅନ୍ୟ ରାଷ୍ଟ୍ର ସମେତ ଭାରତରେ ମଧ୍ୟ ଦୃଷ୍ଟିଗୋଚର ହେବ।
ତେବେ, ଏହି ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ ହେଉଛି ଏକ ବିରଳ ଚନ୍ଦ୍ର ଗ୍ରହଣ। ସାଧାରଣ ଭାବେ ପୂର୍ଣ୍ଣ ଓ ଆଂଶିକ ଚନ୍ଦ୍ର ଗ୍ରହଣ ବହୁଳ ଭାବେ ଦେଖିବାକୁ ମିଳିଥିବା ବେଳେ ଏପରି ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ କ୍ୱଚିତ୍ ଦେଖିବାକୁ ମିଳିଥାଏ। ତେଣୁ, ଏହା ଏକ ବିରଳ ମହାଜାଗତିକ ଦୃଶ୍ୟ ଭାବେ ବିବେଚିତ ହୋଇଥାଏ।
News Nationଭାରତରେ ଏହି ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ ରାତିଖ ରାତି ୯ଟା ୧୨ମିନିଟ ସମୟରୁ ଆରମ୍ଭ ହୋଇ ବିଳମ୍ବିତ ମଧ୍ୟରାତ୍ର ୨ଟା ୪୨ ମିନିଟ ସମୟରେ ଶେଷ ହେବ। ତେବେ, ଭାରତରେ ଏହା ମାତ୍ର ୪ ଘଣ୍ଟା ୫ ମିନିଟ ପାଇଁ ଦୃଷ୍ଟିଗୋଚର ହେବ। ଏବଂ ଏହି ବିରଳ ଚନ୍ଦ୍ର ଗ୍ରହଣ ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟଲାଣ୍ଟିକ ମହାସାଗର ଓ ଭାରତ ମହାସାଗର ଅଞ୍ଚଳରେ ମଧ୍ୟ ଦୃଷ୍ଟିଗୋଚର ହେବ। ତେବେ, ସୂର୍ଯ୍ୟ ପରାଗ ପରି ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ କୌଣସି ସ୍ୱତନ୍ତ୍ର ଚଷମାର ବା ଉପକରଣର ଆବଶ୍ୟକତା ନାହିଁ। ଏହାକୁ ଖାଲି ଆଖିରେ ଦେଖିହେବ।
Timesଚଳିତ ବର୍ଷର ପ୍ରଥମ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ ରାତିଖରେ ସଂଘଟିତ ହେବାକୁ ଥିବାବେଳେ ଜୁନ୍ ୫, ଜୁଲାଇ ୫ ଓ ନଭେମ୍ବର ୩୦ରେ ମଧ୍ୟ ଆଉ ୩ଟି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/L1.jpg)