ଚନ୍ଦ୍ର ଗହଣ: ଚନ୍ଦ୍ରର ରଙ୍ଗ କାହିଁକି ହୁଏ ଲାଲ? କ’ଣ ଏହାର ପ୍ରଭାବ ମନୁଷ୍ୟ ଓ ପୃଥିବୀ ଉପରେ? ଏହା କ’ଣ କ୍ଷତିକାରକ? କ’ଣ କହେ ବିଜ୍ଞାନ ଜାଣନ୍ତୁ…

ନୂଆଦିଲ୍ଲୀ: ଆଜି (ଶକ୍ରବାର) ବିଳମ୍ବିତ ମଧ୍ୟରାତ୍ରରେ ମହାକାଶରେ ଘଟିବ ଏକ ବିରଳ ମହାଜାଗତିକ ଦୃଶ୍ୟ। କାରଣ, ଆଜିର ପୂର୍ଣ୍ଣମୀ ରାତ୍ରିରେ ଘଟିବାକୁ ଯାଉଛି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ। ଚନ୍ଦ୍ର ଗ୍ରହଣକୁ ନେଇ ଅନେକ ପ୍ରକାର ଭ୍ରାନ୍ତି ଓ ଭୟ ଦେଖିବାକୁ ମିଳିଥାଏ ଲୋକମାନଙ୍କ ମଧ୍ୟରେ! ଗ୍ରହଣର ଅନେକ ପ୍ରଭାବ ମଣିଷ ଜୀବନ, ପରିବେଶ ଓ ପୃଥିବୀ ଉପରେ ପଡ଼ିଥାଏ ବୋଲି କୁହାଯାଏ! ତେବେ, ପ୍ରକୃତରେ ଗ୍ରହଣ କ’ଣ? ସତରେ କ’ଣ ଏହା ପ୍ରଭାବିତ କରିଥାଏ ମଣିଷ ଜୀବନକୁ ଓ ପୃଥିବୀକୁ? ଗ୍ରହଣ ସମୟରେ ଏସବୁ କରଣୀୟ ଓ ଏସବୁ କରଣୀୟ ନୁହେଁ ବୋଲି ମଧ୍ୟ କୁହାଯାଏ! ତେବେ, ଗ୍ରହଣକୁ ନେଇ କ’ଣ କହେ ବୈଜ୍ଞାନିକ ମତ? ଗ୍ରହଣ ପଛର ରହସ୍ୟ କ’ଣ ଆସନ୍ତୁ ଜାଣିବା ସେ ସଂପର୍କରେ…

ବୈଜ୍ଞାନିକ ମତ କହେ ପ୍ରତ୍ୟେକଟି ଗ୍ରହଣ ଘଟିଥାଏ ପୂର୍ଣ୍ଣମୀ ରାତିରେ। ତେଣୁ, ଏଥିରେ ଆଶ୍ଚର୍ଯ୍ୟ କିମ୍ବା ଚକିତ ହେବାରେ କିଛି କାରଣ ନାହିଁ। ସରଳ ଭାଷାରେ କହିବାକୁ ଗଲେ ସୌର ମଣ୍ଡଳରେ ନିଜ ନିଜର କକ୍ଷ ପଥରେ ଘୂର୍ଣ୍ଣାୟମାନ ଥିବା କାଳରେ ଯେତେବେଳେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଥାଆନ୍ତି ଏବଂ ପୃଥିବୀର ଛାଇ ମଧ୍ୟ ଦେଇ ଚନ୍ଦ୍ର ଯେତେବେଳେ ଗତି କରୁଥାଏ ସେତେବେଳର ଦୃଶ୍ୟ ଓ ସମୟକୁ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇଥାଏ।

ପ୍ରତ୍ୟେକଟି ଗ୍ରହଣ କାଳରେ ଚନ୍ଦ୍ରର ରଙ୍ଗ ଲାଲ୍‌ ଦେଖା ଯାଇଥାଏ; ତେଣୁ ଏଥିରେ ମଧ୍ୟ କିଛି ନୂତନତ୍ୱ ଏବଂ ଭୟର କାରଣ ନାହିଁ ବୋଲି କହନ୍ତି ମହାକାଶ ବିଜ୍ଞାନୀ। ତେବେ, ପୁରାତନ କାଳର କଥା ଅଲଗା ଥିଲା। ସେ ସମୟରେ ଲୋକେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଦେଖି ସମୟ ଓ ଋତୁକୁ ଆକଳନ କରିବା ସହ ଚିହ୍ନଟ କରୁଥିଲେ; ବିଜ୍ଞାନର ମଧ୍ୟ ସେତେଟା ଅଗ୍ରଗତି ଘଟି ନଥିଲା, ସେଥିପାଇଁ ଗ୍ରହଣକୁ ନେଇ ଲୋକଙ୍କ ମଧ୍ୟରେ ନାନା ରକମର ଭୟ ଓ ଭ୍ରାନ୍ତି ରହିଥିଲା। ଗ୍ରହଣ କାଳରେ ଚନ୍ଦ୍ରର ଲାଲ ରଙ୍ଗ ଦେଖି ସେମାନେ ଭାବୁଥିଲେ ଏହା ମନୁଷ୍ୟଙ୍କ ଉପରେ ଈଶ୍ୱରଙ୍କ କୋପ କାରଣରୁ ହେଉଛି। ତେବେ, ସେପରି କିଛି ନୁହେଁ। ସେ ସମୟରେ ଚନ୍ଦ୍ର ଉପରେ ପ୍ରତିଫଳିତ ହେଉଥିବା ସୂର୍ଯ୍ୟ କରଣକୁ ପୃଥିବୀର ଛାୟା ପଥରୋଧ କରିବା କାରଣରୁ ଚନ୍ଦ୍ର ରଙ୍ଗ ଲାଲ ହୋଇଥାଏ। ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଝିରେ ପୃଥିବୀ ରହିବା କାରଣରୁ ଏପରି ଘଟିଥାଏ। ଏହା ପଛରେ ଅନ୍ୟ କିଛି ରହସ୍ୟ କିମ୍ବା କାରଣ ନାହିଁ।

ମନୁଷ୍ୟ ଶରୀର ଉପରେ ଗ୍ରହଣର କୌଣସି ପ୍ରକାରର ପ୍ରଭାବ ସଂପର୍କରେ କୌଣସି ପ୍ରକାରର ପ୍ରମାଣ ମିଳି ନଥିବା କହନ୍ତି ନାସାର ବୈଜ୍ଞାନିକମାନେ। ତେବେ, ଗ୍ରହଣକୁ ନେଇ ଲୋକଙ୍କ ମନରେ ଥିବା ଭୟ ଓ ଭ୍ରାନ୍ତି ଅନେକ ଲୋକଙ୍କୁ ମନସ୍ତାତ୍ତ୍ୱିକ ସ୍ତରରେ ପ୍ରଭାବିତ କରିଥାଏ।
ଚନ୍ଦ୍ର ମଧ୍ୟାକର୍ଷଣ ଶକ୍ତକୁ ପ୍ରଭାବିତ। ଫଳରେ ପ୍ରତି ପୂଣ୍ଣମୀରେ ସମୁଦ୍ରରେ ଉଚ୍ଚ ଜୁଆର ଉଠେ। ମନୁଷ୍ୟ ଶରୀରରେ ମଧ୍ୟ ୭୦ ପ୍ରତିଶତ ଜଳୀୟ ଅଂଶ ରହିଥାଏ, ତେବେ ମନୁଷ୍ୟ ଶରୀର ସମୁଦ୍ର ପରି ଏତେ ବିଶାଳ ନୁହେଁ; ତେଣୁ ଏହାର ପ୍ରଭାବ ମନୁଷ୍ୟ ଶରୀରକୁ ପ୍ରଭାବିତ କରି ନଥାଏ। ସେହିପରି ଗ୍ରହଣ କାଳରେ ଚନ୍ଦ୍ର କରଣର ମଧ୍ୟ କୌଣସି ପ୍ରକାର ପ୍ରଭାବ ମନୁଷ୍ୟ ଆଖି ଉପରେ ପଡ଼ି ନଥାଏ। ତେଣୁ, ସଂକ୍ଷେପରେ ଗୋଟିଏ ବାକ୍ୟରେ କହିବାକୁ ଗଲେ ଚନ୍ଦ୍ର ଗ୍ରହଣ କ୍ଷତିକାରକ ନୁହେଁ; କିମ୍ବା ଏହା କହାର କୌଣସି ପ୍ରକାରର କ୍ଷତି ସାଧନ କରେ ନାହିଁ।

ସମ୍ବନ୍ଧିତ ଖବର