ଦୁଇ ରାଜ୍ୟର ମିଳିତ ଉଦ୍ୟମରେ ଅଙ୍ଗଦାନ ଜରିଆରେ ମିଳିଲା ଫୁସଫୁସ୍, ନୂଆ ଜୀବନ ପାଇଲେ ରୋଗୀ

ହାଇଦ୍ର‌ାବାଦ୍‌: କରୋନା ଭାଇରସ୍‌ ପାଇଁ  ଅଙ୍ଗ ପ୍ରତିରୋପଣ ପ୍ରାୟତଃ ହ୍ରାସ ପାଇଥିବା ବେଳେ ହାଇଦ୍ରାବାଦ୍‌ସ୍ଥିତ କିମସ୍ ହାର୍ଟ ଏବଂ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟର ଜଣେ ରୋଗୀଙ୍କର ସଫଳ ଫୁସଫୁସ ପ୍ରତିରୋପଣ ଲୋକଙ୍କ ମନରେ ଏକ ବିଶ୍ବାସ ସୃଷ୍ଟି କରିଛି। ପୁଣେର ଏକ ଘରୋଇ ଡାକ୍ତରଖାନାରେ ମୃତ ଘୋଷଣା ହୋଇଥିବା ଅନ୍ୟ ଜଣେ ରୋଗୀଙ୍କଠାରୁ ଫୁସଫୁସ ପାଇବା ପରେ ଏହି ବ୍ୟକ୍ତି ଜଣକଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ହୋଇଥିବା ସୂଚନା ରହିଛି।

କୋଭିଡ -୧୯ ମହାମାରୀ ହେତୁ ଅଙ୍ଗ ପ୍ରତିରୋପଣ ପ୍ରାୟ ହେଉ ନଥିବା ଭଳି ପରିସ୍ଥିତିରେ ପହଞ୍ଚିଥିବା ବେଳେ ପୁଣେର ରାଜ୍ୟ ସରକାରଙ୍କ ଜୀବନଦାନ କାର୍ଯ୍ୟକ୍ରମର ସଦସ୍ୟ ତଥା ପୁଣେର ଜୋନାଲ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେସନ୍ ସେଣ୍ଟର ଏହି ପ୍ରତିରୋପଣକୁ ସଫଳ କରିବା ପାଇଁ  ଆଗେଇ ଆସିଥିଲେ।

ପୁଣେର ଏକ ଘରୋଇ ଡାକ୍ତରଖାନାରୁ ଫୁସ୍‌ଫୁସ୍‌କୁ ହାଇଦ୍ରାବାଦ ଅଭିମୁଖେ ଏକ ଚାର୍ଟାର୍ଡ ​​ବିମାନରେ ଅଣାଯାଇଥିଲା। ଉଭୟ ସହରର ଟ୍ରାଫିକ ପୁଲିସ ଏକ ଗ୍ରିନ୍‌ କରିଡର ବ୍ୟବସ୍ଥା କରିଥିଲା ​​ଏବଂ ବିମାନ ବନ୍ଦରର ପ୍ରାଧିକରଣ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା।


University of Mississippi Medical Center

ଶେ‌ଷରେ କିମ୍‌ସରେ‌ ଫୁସ୍‌ଫୁସ୍‌ ପହଞ୍ଚିଥିଲା। ଜୀବନଦାନ କାର୍ଯ୍ୟକ୍ରମରେ ନାମ ପଞ୍ଜିକୃତ କରିଥିବା ଟର୍ମିନାଲ ଫୁସଫୁସ ରୋଗରେ ପୀଡ଼ିତଙ୍କ ଶରୀରରେ ଡାକ୍ତରମାନେ ସଫଳତାର ସହ ଫୁସ୍‌ଫୁସ ପ୍ରତିରୋପଣ କରିଥିବା ସୂଚନା ରହିଛି।

ଯାହାଙ୍କଠାରୁ ଫୁସ୍‌ଫୁସ୍‌ ଗ୍ରହଣ କରାଯାଇଛି ତାଙ୍କର ପ୍ରଥମେ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ସେ କରୋନା ନେଗେଟିଭ୍‌ ଥିବା ଜଣାପଡ଼ିବା ପରେ ତାଙ୍କଠାରୁ ଫୁସ୍‌ଫୁସ୍‌ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର