ଏଣିକି ଲୁଙ୍ଗି, ବରମୁଣ୍ଡା ଓ ଶର୍ଟସ୍‌ ପିନ୍ଧି ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ୪ଗୁଣା ଜରିମାନା !

ଲକ୍ଷ୍ନୌ: ସେପ୍ଟେମ୍ବର ୧ ତାରିଖରୁ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ଲାଗୁ ହେବା ପରେ ଚାରିଆଡେ ଟ୍ରାଫିକ୍‌ ପୁଲିସ ଓ ପରିବହନ ବିଭାଗର ତନଖି କଡ଼ାକଡ଼ି ରହିଛି।  ଚାଳକମାନେ ବି ଏହି ମୋଟାଅଙ୍କର ଜରିମାନା ରାଶିକୁ ଦେଖି ବ୍ୟସ୍ତ ହୋଇପଡ଼ିଛନ୍ତି।

ଏହି ନୂଆ ମୋଟରଯାନ ନିୟମ ଅନୁସାରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଟ୍ରକ୍‌ ଚାଳକଙ୍କୁ ବରମୁଣ୍ଡା, ଶର୍ଟସ୍‌ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇବାକୁ ବାରଣ କରାଯାଇଛି। ଏପରି କରୁଥିବା ଚାଳକଙ୍କୁ ୪ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରକ୍‌ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ସ୍ଥାନୀୟ ଟ୍ରାଫିକ୍‌ ଏସ୍ପି ସୂଚନା ଦେଇଛନ୍ତି। ଟ୍ରକ୍‌ ଚଳାଇବା ସମୟରେ ଲମ୍ବା ପ୍ୟାଣ୍ଟ ସହିତ ଫୁଲ ଜୋତା ପିନ୍ଧିବାକୁ କୁହାଯାଇଛି। ସେହିପରି ସ୍କୁଲ ଭ୍ୟାନ୍‌ ଓ ସରକାରୀ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ଉଚିତ ପୋଷାକ ପିନ୍ଧିବା ଅନିବାର୍ଯ୍ୟ ରହିଛି।

 

ସମ୍ବନ୍ଧିତ ଖବର