ନୂଆଦିଲ୍ଲୀ: ଏବେ ସେନା ଅଧିକାରୀ ଦାମୀ କାର କିଣିବାରେ ବଡ ରିହାତି ଲାଭ କରିପାରିବେ ନାହିଁ | ସେନା ଅଧିକାରୀମାନେ ମହଙ୍ଗା କାର କିଣିବା ମାତ୍ରେ ସେମାନଙ୍କୁ ବଡ ରିହାତି ଦିଆଯାଉଥିଲା | କିନ୍ତୁ ଏହି ରିହାତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି | ଏହି ନିଷ୍ପତି ପରେ ସେନାଧିକାରୀ ବା ରିଟାୟାର୍ଡ଼ ସେନାଧିକାରୀ ୮ ବର୍ଷରେ କେବଳ ଥରେ ହିଁ ରିହାତି ମୂଲ୍ୟରେ କାର କିଣିପାରିବେ |

Advertisment

ସେନା ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ମୁତାବକ ଜୁନ ୧ ତାରିଖରୁ ସେନା ଅଧିକାରୀ ଆର୍ମି କ୍ୟାଣ୍ଟିନରୁ ୧୨ ଲକ୍ଷ ଟଙ୍କା ଯାଏଁ ମୂଲ୍ୟର କାର ଯାହାର ଇଂଜିନ କ୍ଷମତା ୨୫୦୦ ସିସି ଯାଏଁ ହୋଇଥିବ ସେହି କାରରେ ହିଁ ରିହାତି ପାଇବେ | ତେବେ ଏହି ମୂଲ୍ୟରେ ଜିଏସଟି ଅଲଗା ଭବେ ଦେବାକୁ ପଡିବ | ସେହିପରି ଅଧିକାରୀଙ୍କୁ ଛାଡିଦେଲେ ଯବାନମାନଙ୍କ ପାଇଁ ବି କାର କିଣିବା ନିୟମରେ ପରିବର୍ତ୍ତନ କରାଯାଇଅଛି | ଏଣିକି ଯବାନମାନେ ୧୪୦୦ ସିସି ର ଇଂଜିନ କ୍ଷମତା ଥିବା କାର ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ମଧ୍ୟରେ ହେଉଥିବ ତାହା ହିଁ କିଣିପାରିବେ | ଏଥିରେ ମଧ୍ୟ ଜିଏସଟି ଅନ୍ତର୍ଭୂକ୍ତ ହେବ ନାହିଁ | ଜିଏସଟି କୁ ଅଲଗା ଭାବେ ଦେବାକୁ ପଡିବ |

ତେବେ ଯବାନମାନେ ଚାକିରୀ କାଳରେ ଥରେ ଓ ଅବସର ପରେ ଥରେ ଏହି କାର କିଣିପାରିବେ | ଏଠାରେ ସୂଚନା ଥାଉ କି ଆର୍ମି କ୍ୟାଣ୍ଟିନରୁ କାର କିଣିଲେ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ଯାଏଁ ରିହାତି ମିଳିଥାଏ | ଆର୍ମି କ୍ୟାଣ୍ଟିନରେ ସରକାର ୫୦ ପ୍ରତିଶତ ଜିଏସଟି ଛାଡ କରିଥାନ୍ତି | ସେହିପରି ଅଟୋମୋବାଇଲ କାର ନିର୍ମାତାମାନେ ମଧ୍ୟ କାରଗୁଡିକ ଉପରେ ମୂଲ୍ୟ ହ୍ରାସ କରିଥାନ୍ତି |
---