ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ଅସୁସ୍ଥ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧି ଆଜି ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତାଙ୍କ ଗୋପାଳପୁରମ ବାସଭବନରେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି । ମୁତ୍ରନଳୀରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିବା ଜଣାପଡିଛି । ତେବେ ବୟସାଧିକ୍ୟ କାରଣରୁ ତାଙ୍କୁ ହସପିଟାଲ ନିଆ ନଯାଇ ଘରେ ଚିକିତ୍ସା କରାଯାଉଛି । ତାଙ୍କ ବାସଭବନକୁ ଏକ ଅସ୍ଥାୟୀ ଡାକ୍ତରଖାନାରେ ପରିଣତ କରି ଚିକିତ୍ସା କରାଯାଉଛି । ଏକ ଘରୋଇ ହସପିଟାଲ କାବେରୀ ହସପିଟାଲ ପକ୍ଷରୁ ତାଙ୍କୁ ଚିକିତ୍ସା କରାଯାଉଛି । ଏହି ହସପିଟାଲର ଏକ ଡାକ୍ତରୀ ଦଳ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ୯୪ ବର୍ଷୀୟ କରୁଣାନିଧି ଗତ ପ୍ରାୟ ୫୦ ବର୍ଷ ହେଲା ଡିଏମକେର ସଭାପତି ରହିଛନ୍ତି । ଆସନ୍ତା କାଲି ଡିଏମକେ ଅଧ୍ୟକ୍ଷଭାବେ ସେ ୫୦ ବର୍ଷ ପୂର୍ତ୍ତି ପାଳନ କରିବେ । ଚିକିତ୍ସାରେ ଥିବାରୁ ବାହାର ଲୋକମାନଙ୍କୁ ତାଙ୍କୁ ଭେଟିବାକୁ ଦିଆଯାଉନାହିଁ ।

 

ସମ୍ବନ୍ଧିତ ଖବର