‘ମନ୍‌ କି ବାତ’ରେ ଲତା ମଙ୍ଗେସ୍କରଙ୍କ ସହିତ ଫୋନ୍‌ରେ ହୋଇଥିବା କଥାକୁ ସେୟାର କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କି ବାତ’କାର୍ଯ୍ୟକ୍ରମରେ ସୁର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସ୍କର ସହ ମନ କଥା ଖୋଲି ହୋଇଥିଲେ। ଏବଂ ଏହି ସମୟର ବିଶେଷ କଥାକୁ ମୋଦୀ ଆଜି ସେୟାର ବି କରିଛନ୍ତି।

ପ୍ରଧାନମନ୍ତ୍ରୀ ଆମେରିକା ଯିବା ପୂର୍ବରୁ କୋକିଳକଣ୍ଠୀ ଗାୟିକା ଲତା ମଙ୍ଗେସ୍କରଙ୍କୁ ଫୋନ୍‌ କରି ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ଏବଂ ସୁର ସମ୍ରାଜ୍ଞୀ ଲତାଙ୍କ ସହିତ ମନ ଖୋଲି କଥା ହୋଇଥିଲେ। ଏହି ସମୟରେ ହୋଇଥିବା ବାର୍ତ୍ତାଳାପ ଜଣେ ବଡ଼ଦିଦି ଏବଂ ଛୋଟ ଭାଇଙ୍କ ମଧ୍ୟରେ ଥିଲା ବୋଲି ମୋଦି କହିଛନ୍ତି।

ଏଥିସହିତ ସେ କହିଛନ୍ତି, ‘ମୋତେ ବହୁତ ଖୁସି ହେଉଛି କି, ଦିଦିଙ୍କ ମା’ ଜଣେ ଗୁଜରାଟୀ । ଦିଦିଙ୍କ ସହ ଯେବେ ବି ଭେଟ ହେଉଥିଲା, ସେତେବେଳେ ମୋତେ ବିଭିନ୍ନ ପ୍ରକାର ଗୁଜରାଟୀ ଖାଦ୍ୟ ଖାଇବାକୁ ମିଳୁଥିଲା। ଦିଦି ଏଥର ମଧ୍ୟ ଭେଟ ହେଲେ ଗୁଜୁରାଟୀ ଖାଦ୍ୟ ଖାଇବାକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।’

ଆଗକୁ ମୋଦୀ କହନ୍ତି, ‘ଏମିତି କେହି ନ ଥିବେ, ଯିଏ ଲତା ମଙ୍ଗେସ୍କରଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ। ଆମ୍ଭମାନଙ୍କ ମଧ୍ୟରୁ ଅର୍ଥାତ ଅଧିକାଂଶଙ୍କଠାରୁ ସେ ବୟୋଜ୍ୟେଷ୍ଠା ଏବଂ ଦେଶର ବିଭିନ୍ନ ଯୁଗ ଦେଖିଛନ୍ତି। ଆମେ ତାଙ୍କୁ ‘ଦିଦି’ ବୋଲି ସମ୍ବୋଧନ କରୁ।’

ସମ୍ବନ୍ଧିତ ଖବର