କର୍ଣ୍ଣାଟକ ବାଚସ୍ପତିଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆଇନଜୀବୀ ଏମ୍ ରୋହତଗୀ କହିଲେ ‘ମୁଁ ବୁଝିପାରୁନି ଆଉ ପୁଣି ତନଖିର କି ଆବଶ୍ୟକତା ଅଛି ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି କଡା ସୁରକ୍ଷାରେ ବେଙ୍ଗଲୁରୁ ସ୍ଥିତ ବିଧାନସୌଧରେ ୧୧ ବିଦ୍ରୋହୀ ବିଧାୟକ, ବାଚସ୍ପତି କେ. ଆର ରମେଶଙ୍କୁ ଭେଟିଥିଲେ । ତେବେ ଇସ୍ତଫା ପ୍ରସଙ୍ଗରେ ନିଷ୍ପତ୍ତି ନେଇ ନାହାନ୍ତି ବାଚସ୍ପତି । ଏନେଇ ସେ ଗତକାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇସ୍ତଫା ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଅତିକମରେ ୧୨ ଦିନ ସମୟ ଦେବାକୁ ବାଚସ୍ପତି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ନା ବାଧ୍ୟବାଧ୍ୟକତାରେ ସେମାନେ ଇସ୍ତଫା ଦେଇଛନ୍ତି ତାହା ଜାଣିବା ପାଇଁ ସମୟ ଦରକାର ।

ଏତେ କମ ସମୟ ମଧ୍ୟରେ ଏହି ଯାଂଚ ଶେଷ ହୋଇପାରିବ ନାହିଁ ବୋଲି ସେ ସୁପ୍ରିମକୋର୍ଟରେ କହିଛନ୍ତି । ଯାହାର ଶୁଣାଣି ଆଜି କରିବେ ସୁପ୍ରିମକୋର୍ଟ । ଗତକାଲି ବିଦ୍ରୋହୀ ବିଧାୟକ ଭେଟିବା ପରେ ପ୍ରେସ କନଫରେନ୍ସ କରି କର୍ଣ୍ଣାଟକ ବାଚସ୍ପତି କହିଥିଲେ । ଇସ୍ତଫା ପତ୍ର ଯାଂଚ କରିବାକୁ ସମୟ ଲାଗିବ । ଏଠି ଇସ୍ତଫା ଗ୍ରହଣ କରିବା କିମ୍ବା ଖାରଜ କରିବା ପ୍ରଶ୍ନ ଉଠୁ ନାହିଁ । ମୋତେ କଣ ବିଜୁଳିର ଗତିରେ କାମ କରିବା ଉଚିତ । ଯଦି ଏପରି କରିବା ଉଚିତ ତେବେ କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ସମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।

PHOTO-NEWSCLICK

ଅପରପକ୍ଷରେ ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଏମ୍ ରୋହତଗୀ କହିଛନ୍ତି , ‘ମୁଁ ବୁଝିପାରୁନି କି ବିଧାୟକମାନେ ବାଚସ୍ପତିଙ୍କୁ ଭେଟିଲେ, ସେମାନଙ୍କୁ ଆଫିଡେଭିଟ୍ ଦେଲେ ଇସ୍ତଫା ବି ଦେଲେ ଏପରକି ସୁପ୍ରିମ କୋର୍ଟ ଗଲେ । ଆଉ ପୁଣି ତନଖିର କି ଆବଶ୍ୟକତା ଅଛି । ଆମେ କୋର୍ଟଙ୍କୁ ନିବେଦନ କରିବୁ କି ସେ ବାଚସ୍ପତିଙ୍କୁ ଯଥା ଶୀଘ୍ର ସମ୍ଭବ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଅନ୍ତୁ।’

ସମ୍ବନ୍ଧିତ ଖବର