ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ନେଇ ଏବେ ବିରୋଧୀମାନେ ଯୋଗୀ ଓ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗୀଙ୍କ କାନ୍ଧରେ ହାତ ରଖି ଚାଲୁଛନ୍ତି । ଏହି ଫଟୋ ସହ ଯୋଗୀ ଏକ କବିତା ବି ସେୟାର କରିଛନ୍ତି । ଯାହାର ପ୍ରଥମ ପଂକ୍ତି ରହିଛି କି ‘ଆମେ ବାହାରିଲୁ ପଣ କରି।’
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଫଟୋ ସାମ୍ନାକୁ ଆସିବା ପରେ ବିରୋଧୀମାନେ ଏହାକୁ ନେଇ କଟାକ୍ଷ କରିବା ଆରମ୍ଭ କରିଦେଇଛନ୍ତି । ଏହି ଫଟୋକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କି “ବେଇମାନଙ୍କ କାନ୍ଧରେ ହାତ ରଖି କିଛି ପାଦ ଆଗକୁ ଯିବାକୁ ପଡୁଛି” । ଏହାସହ ସମାଜବାଦୀ ପାର୍ଟର ଏମଏଲସି ସୁନୀଲ ସିଂ ଲେଖିଛନ୍ତି କି “ତୁମ ଦ୍ୱାରା ହେବ ନାହିଁ, ଏଥର ଅଖିଳେଶଙ୍କ ରାଜ ଚାଲିବ”।
ଅନ୍ୟପଟେ କଂଗ୍ରେସର ପ୍ରବକ୍ତା ସୁରେନ୍ଦ୍ର ରାଜପୁତ ଲେଖିଛନ୍ତି କି ଏମାନେ ଚାଲୁ ନାହାଁନ୍ତି ଏମାନଙ୍କୁ ୟୁପିବାସୀ ବିଦା କରୁଛନ୍ତି । ସେ ଆହୁରି କହିଛନ୍ତି କି ୟୁପିରେ ବେରୋଜଗାରି ହାର ଏବେ ରେକର୍ଡ ସ୍ତରରେ ରହିଛି । କୃଷକଙ୍କୁ ଗାଡି ମଡାଇ ହତ୍ୟା କରାଯାଉଛି । ଏହାକୁ ନେଇ ଉତ୍ତରପ୍ରଦେଶବାସୀ ବିଜେପିକୁ ରାଜ୍ୟରୁ ବାହାର କରିବାକୁ ସ୍ଥିର କରିସାରିଛନ୍ତି ।