ନୂଆଦିଲ୍ଲୀ: କରୋନା କାଳରେ ଡାକ୍ତରଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିଛି। ସେଥିପାଇଁ ତ ଡାକ୍ତରଙ୍କୁ କରୋନା ଯୋଦ୍ଧା ଓ ଫ୍ରଣ୍ଟଲାଇନ ୱାର୍କର ବୋଲି ଆଖ୍ୟା ଦିଆଯାଇଛି। ସାଧାରଣଲୋକଙ୍କ ଭଳି କରୋନାରେ ସଂକ୍ରମିତ ହୋଇ ଏଯାବତ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ତେବେ ଏଯାବତ କେଉଁସ୍ଥାନରେ କେତେଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ତାହାର ଏକ ରିପୋର୍ଟ ଇଣ୍ଡିଆନ ମେଡିକଲ ଆସୋସିଏସନ (ଆଇଏମଏ) ଜାରି କରିଛି।
କରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସେବା କରୁଥିବା ବେଳେ ଏଯାବତ ୫୯୪ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ଓଡ଼ିଶାରେ ଏଯାବତ ୨୨ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ଡାକ୍ତର ମୃତ୍ୟୁ ସଂଖ୍ୟା ଦିଲ୍ଲୀରୁ ସାମ୍ନାକୁ ଆସିଛି।
Indian Medical Association (IMA) says 594 doctors died during the second wave of COVID-19 pic.twitter.com/rbFbwhgL55
— ANI (@ANI) June 2, 2021
ସେହିପରି ବିହାରରେ ୯୬ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ବେଳେ ଉତ୍ତରପ୍ରଦେଶରେ ୬୭ଜଣ, ରାଜସ୍ଥାନରେ ୪୩ଜଣ, ଝାଡଖଣ୍ଡରେ ୩୯ଜଣ, ଗୁଜୁରାଟରେ ୩୧ଜଣ, ତେଲେଙ୍ଗାନାରେ ୩୨ଜଣ ଓ ପଶ୍ଚିମବଙ୍ଗରେ ୨୫ଜଣ ଲେଖାଏଁ ଡାକ୍ତରଙ୍କ କରୋନା କାଳରେ ରୋଗୀଙ୍କ ସେବା କରି ନିଜ ଜୀବନକୁ ବଳି ଦେଇ ଦେଇଛନ୍ତି।