ମନ୍‌ କୀ ବାତ୍‌: ସଂକଳ୍ପରେ ହିଁ ସାମର୍ଥ୍ୟ ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍‌ କୀ ବାତ୍‌’ର ୫୧ତମ ସଂସ୍କରଣରେ କହିଛନ୍ତି ଯେ ନକରାତ୍ମକତାର ପ୍ରଚାର ଓ ପ୍ରସାର ଖୁବ୍‌ ସହଜ, କିନ୍ତୁ ସଂକଳ୍ପରେ ରହିଥିବା ସାମର୍ଥ୍ୟ ଏଭଳି ନକରାତ୍ମକ ପରିବେଶ ଭିତରେ ବି ସବୁ ପ୍ରତିବନ୍ଧକକୁ ହଟାଇବାରେ ସଫଳ ହେବ। ଚଳିତ ବର୍ଷର ଶେଷ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୮ରେ ବିଶ୍ବର ସବୁଠାରୁ ବଡ଼ ସ୍ବା‌ସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ୍‌ ଭାରତ’ ଆରମ୍ଭ ହୋଇଥିଲା। ଦେଶର ପ୍ରତ୍ୟେକ ଗାଁରେ ବିଦ୍ୟୁତ ଆଲୋକ ପହଞ୍ଚିଛି। ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଭାରତର ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡ଼ିକର ସଫଳତାକୁ ପ୍ରଶଂସା କରିଛନ୍ତି। ଦେଶବାସୀଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ସ୍ବଚ୍ଛତା କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ହାସଲ ହୋଇଛି। ଦେଶକୁ ଆତ୍ମରକ୍ଷା କ୍ଷେତ୍ରରେ ଯଥେଷ୍ଟ ଶକ୍ତି ମିଳିଛି। ଭାରତୀୟ ସେନା ୨୦୧୮ରେ ଜଳ, ସ୍ଥଳ ଏବଂ ଆକାଶରେ ପରମାଣୁ ଶକ୍ତି ସମ୍ପନ୍ନ ହେବାର ସାମର୍ଥ୍ୟ ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ କହି‌ଥିଲେ।

ସମ୍ବନ୍ଧିତ ଖବର