ନୂଆଦିଲ୍ଲୀ : ତୈଳ ସମୃଦ୍ଧ ଦେଶ କତାରକୁ ବିଶ୍ୱର ସବୁଠୁ ଧନୀ ଅଞ୍ଚଳ ଭାବେ ବିବେଚନା କରାଯାଇଥାଏ। କାରଣ ଏଠାରେ ହିଁ ବାସ କରୁଥିବା ଲୋକଙ୍କ ମୁଣ୍ଡପିଛା ଆୟ ବିଶ୍ୱରେ ସର୍ବାଧିକ। କିନ୍ତୁ ଆସନ୍ତା ୨୦୨୦ ମସିହା ସୁଦ୍ଧା କତାରକୁ ଚୀନ୍ର ସ୍ୱୟଂଶାସିତ ଅଞ୍ଚଳ ମକାଉ ଟପିଯିବ। କତାରବାସୀଙ୍କଠାରୁ ଏହି ମାନ୍ୟତା ଛଡ଼ାଇ ନେବ ମକାଉ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ଆକଳନ କରାଯାଇଛି। ବିଶ୍ୱର ଜୁଆ ଆଡ଼ାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ମକାଉବାସୀଙ୍କ ମୁଣ୍ଡପିଛା ଆୟ ୨୦୨୦ ସୁଦ୍ଧା ୧,୪୩,୧୧୬ ଡଲାରରେ ପହଞ୍ଚିବ ବୋଲି ଆକଳନ ହୋଇଛି। ବର୍ତମାନ ମୁଣ୍ଡପିଛା ଆୟ କ୍ଷେତ୍ରରେ କତାରବାସୀ ସବାଆଗରେ ରହିଛନ୍ତି। ତେବେ ୨୦୨୦ ବେଳକୁ ଏମାନଙ୍କ ମୁଣ୍ଡପିଛା ଆୟ ୧,୩୯,୧୫୧ ଡଲାରରେ ପହଞ୍ଚିଲେ ବି ମକାଉବାସୀଙ୍କ ମୁଣ୍ଡପିଛା ଆୟଠାରୁ ତାହା କମ୍ ରହିବ ।
ମୁଣ୍ଡ ପିଛା ଆୟରେ କତାରକୁ ଟପିଯିବ ମକାଉ
/sambad/media/post_attachments/wp-content/uploads/2018/08/macau.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)