ନୂଆଦିଲ୍ଲୀ : ଆପଲ୍ ଆଇଫୋନ୍ ନିର୍ମାତା ଓ ଯୋଗାଣକାରୀମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା ଭାରତ ସରକାର ଏବେ ଦେଶରେ ମ୍ୟାକ୍ବୁକ୍ ଏବଂ ଆଇପ୍ୟାଡ୍ ଉତ୍ପାଦନ ବଢ଼ାଇବା ଉପରେ ଧ୍ୟାନ ଦେଇଛନ୍ତି। ମ୍ୟାକ୍ବୁକ୍ ଉତ୍ପାଦନ ବଢ଼ାଇବା ଲାଗି ଯୋଗାଣକାରୀଙ୍କୁ ଲୋଭନୀୟ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ବିଚାର କରାଯାଉଛି। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ରେ ୭,୩୫୦ କୋଟି ଟଙ୍କାର ପ୍ରୋତ୍ସାହନ ଦେବା ବ୍ୟବସ୍ଥା ଥିଲା। ସେହି ରାଶିକୁ ୨୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ।
ଦେଶ ଭିତରେ ଆପଲ୍ର ବିଭିନ୍ନ ଉତ୍ପାଦର ଉତ୍ପାଦନ ବଢ଼ାଇବାକୁ ସରକାର ଚାହୁଛନ୍ତି। ପିଏଲ୍ଆଇ ସ୍କିମ୍ର ଅଟକଳକୁ ସେଥିପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ଥିବା ସ୍କିମ୍ରେ ପ୍ରଥମ ଚାରି ବର୍ଷ ପାଇଁ ୧-୪% ପ୍ରୋତ୍ସାହନ ସହାୟତାର ବ୍ୟବସ୍ଥା ଥିଲା। ନୂଆ ସ୍କିମ୍ରେ ତାହାକୁ ୫%କୁ ବୃଦ୍ଧି କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅର୍ଥ ଓ ଅନ୍ୟାନ୍ୟ ମନ୍ତ୍ରାଳୟକୁ ଆଇଟି ମନ୍ତ୍ରାଳୟ ପଠାଇଛି। ଭାରତରେ ଏବେ ଫକ୍ସକନ୍, ୱିଷ୍ଟ୍ରନ ଓ ପେଗାଟ୍ରନ୍ ପକ୍ଷରୁ ଆଇଫୋନ୍ ଉତ୍ପାଦନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/macbook.jpg)