ମୁମ୍ବାଇ : ଆତଙ୍କବାଦ ଉପରେ କଡ଼ା ଟିପ୍ପଣୀ ରଖିଥିବା ଏବଂ ମହମ୍ମଦଙ୍କ କାର୍ଟୁନ୍କୁ ସମର୍ଥନ କରିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ବିଭିନ୍ନ ଇସ୍ଲାମିକ୍ ରାଷ୍ଟ୍ରମାନଙ୍କ ପକ୍ଷରୁ ବିରୋଧ ଜାରି ରହିଥିବା ବେଳେ ଆଜି ମୁମ୍ବାଇରେ ମଧ୍ୟ ବିରୋଧ କରାଯିବା ଦେଖାଯାଇଛି। ପ୍ରତିବାଦକାରୀମାନେ ମୁମ୍ବାଇର ମହମ୍ମଦ ଅଲ୍ଲୀ ରୋଡ୍ସ୍ଥିତ ରାସ୍ତା ଉପରେ ଇମାନୁଏଲ୍ ମାକ୍ରନ୍ଙ୍କ ଫଟୋ ଓ ପୋଷ୍ଟର ଲଗାଇଥିଲେ ଏବଂ ଏହା ଉପରେ ଗାଡ଼ି ଓ ଲୋକେ ଚାଲୁଥିବା ଦେଖାଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ସହ ରାସ୍ତା ଉପରେ ଲଗାଯାଇଥିବା ମାକ୍ରନ୍ଙ୍କ ଫଟୋ ଓ ପୋଷ୍ଟର ହଟାଇଥିଲା। ତେବେ ଏହି ଘଟଣାରେ ଏଯାଏ କାହା ବିରୋଧରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇନାହିଁ ବୋଲି ମୁମ୍ବାଇ ପୁଲିସ ମୁଖପାତ୍ର ଏସ୍. ଚୈତନ୍ୟ ପ୍ରକାଶ କରିଛନ୍ତି।
ମୁମ୍ବାଇ ରାସ୍ତାରେ ଲାଗିଲା ମାକ୍ରନ୍ଙ୍କ ଫଟୋ
/sambad/media/post_attachments/wp-content/uploads/2020/10/photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)