“ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କହିଥିଲ, ଏବେ କର” :  କଂଗ୍ରେସ ନିକଟରେ ଦାବି କଲା ମୁସଲିମ ସଂଗଠନ

ନୂଆଦିଲ୍ଲୀ: ମୁସଲମାନମାନଙ୍କର ସବୁଠାରୁ ବଡ଼ ଧାର୍ମିକ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦର ମୁଖ୍ୟ ମୌଲାନା ଅରଶଦ ମଦନି ବଜରଙ୍ଗ ଦଳ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଏନଡିଟିଭିକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମୌଲାନା ଅରଶଦ ମଦନି କହିଛନ୍ତି ଯେ କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ଏହାପରେ କଂଗ୍ରେସକୁ ମୁସଲମାନଙ୍କ ସମର୍ଥନ ମିଳିଥିଲା। ଏଭଳି ସ୍ଥିତିରେ କଂଗ୍ରେସକୁ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ, ନଚେତ୍ ଆଗାମୀ ନିର୍ବାଚନରେ ମୁସଲମାନମାନେ କଂଗ୍ରେସ ଉପରେ ବିଶ୍ୱାସ କରିବେ ନାହିଁ ।

ମୌଲାନା କହିଛନ୍ତି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ କଂଗ୍ରେସ ନିଷିଦ୍ଧ କରିବା ଉଚିତ। କର୍ଣ୍ଣାଟକରେ ମୁସଲମାନମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଯଦି ବଜରଙ୍ଗ ଦଳ କୁ ନିଷିଦ୍ଧ କରା ନଯାଏ ତେବେ ମୁସଲମାନମାନେ କଂଗ୍ରେସ ଉପରେ ବିଶ୍ୱାସ କରିବେ ନାହିଁ । ଏହି ପ୍ରସଙ୍ଗରେ ମୁଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି। କଂଗ୍ରେସକୁ ପୁଣି ଥରେ ନେହେରୁଙ୍କ ଦଳ ହେବାକୁ ପଡ଼ିବ। କର୍ଣ୍ଣାଟକ ଫଳାଫଳ ସାମ୍ପ୍ରଦାୟିକ ଶକ୍ତିଙ୍କ ପାଇଁ ଏକ ଶିକ୍ଷା ।

ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ପାଇଁ କଂଗ୍ରେସର ପ୍ରତିଶ୍ରୁତିକୁ ସେ ସମର୍ଥନ କରି କହିଥିଲେ ଯେ ଏହା ଏକ ପଦକ୍ଷେପ ଯାହା ଆଦର୍ଶ ଭାବରେ ୭୦ ବର୍ଷ ପୂର୍ବେ ନିଆଯିବା ଉଚିତ୍ ଥିଲା ।

ସୂଚନାଯୋଗ୍ଯ ଯେ, ନିର୍ବାଚନ ଜିତିଲେ କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ଏହାକୁ ନେଇ ସେତେବେଳେ ବିବାଦ ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର