ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ଲୋକମାନେ ଖାଇବାଠାରୁ ଅଧିକ ରିଲ୍ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କିଛି ଲୋକ ରିଲ୍ କରିବାକୁ ଯାଇ ନିଜ ଜୀବନ ମଧ୍ୟ ବିପଦରେ ପକାଇବାକୁ ପଛାଉନାହାନ୍ତି। ନିକଟ ଅତୀତରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଥିରେ ରିଲ୍ ନିଶା ପାଇଁ କିଏ ପାହାଡ଼ ତଳକୁ ଖସି ମୃତ୍ୟୁବରଣ କରିଛି ତ କିଏ ଟ୍ରେନରେ ଧକ୍କା ଖାଇ ମୃତ୍ୟୁବରଣ କରିଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏବଂ ପ୍ରଶାସନ ସତର୍କ ରହି ରିଲ୍ କରିବାକୁ ଉପଦେଶ ଦେଉଥିଲେ ବି ବାରମ୍ବାର ସେଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ରାଜସ୍ଥାନର ଝୁନଝୁନୁ ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଫଲୋୟର୍ସ ବଢ଼ାଇବା ପାଇଁ ଆତ୍ମହତ୍ୟା କରିବାର ନାଟକ କରି ରିଲ୍ ତିଆରି କରିଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ସେ ଭାବିଥିଲେ ଯେ ଏହି ରିଲ୍ ତାଙ୍କର ଫଲୋୟର୍ସ ବୃଦ୍ଧି କରିବ। ହେଲେ ଫଲୋୟର୍ସ ବୃଦ୍ଧି ହେବା ପରିବର୍ତ୍ତେ ଏତଲା ରୁଜୁ କରିଥିଲା ପୁଲିସ।
ଫସାଇଲା ରିଲ୍ ନିଶା
ସୋସିଆଲ୍ ମିଡିଆରେ ଫଲୋୟର୍ସ ବୃଦ୍ଧି କରିବାର ପ୍ରତିଯୋଗିତା ଏବେ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଝୁନଝୁନୁର ବଗଡ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ଫଲୋୟର୍ସ ବୃଦ୍ଧି କରିବା ପାଇଁ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବାର ଏକ ରିଲ୍ ତିଆରି କରିଥିଲେ। ଭିଡିଓଟି ଅପଲୋଡ୍ ହେବା ମାତ୍ରେ, ଜୟପୁର ATS ସତର୍କ ସୂଚନା ଜାରି କରି ଝୁନଝୁନୁ ପୁଲିସକୁ ଏହା ବିଷୟରେ ଜଣାଇଥିଲା। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
ବଗଡ ପୁଲିସ ଷ୍ଟେସନ ଅଧିକାରୀ ସୁଭାଷ ଚନ୍ଦ୍ର କହିଛନ୍ତି ଯେ, ସେମାନେ ଜୟପୁର ATSରୁ ସୂଚନା ପାଇଥିଲେ ଯେ ଇସଲାମପୁର ୱାର୍ଡ ନମ୍ବର ୪ନିବାସୀ ସୁରେଶ ସାଇନିଙ୍କ ପୁଅ ଅମନ ସାଇନି ଇନଷ୍ଟାଗ୍ରାମରେ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଏକ ରିଲ୍ ଅପଲୋଡ୍ କରିଛନ୍ତି। ରିଲ୍ରେ ଯୁବକ ଜଣକ ଫ୍ୟାନରେ ଝୁଲି ପଡ଼ିବାର ଅଭିନୟ କରୁଥିବା ଦେଖାଯାଇଥିଲା। ସୂଚନା ପାଇବା ପରେ, ପୁଲିସ ଏକ ଦଳ ଗଠନ କରି ଯୁବକଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ଭିଡିଓ କରିବାରେ ତାଙ୍କ ସହ ଆଉ କିଏ ସାମିଲ ଥିଲେ କି ନାହିଁ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: Delhi RedFort Blast: ଦିଲ୍ଲୀ ବିସ୍ଫୋରଣ: ଅମିତଙ୍କୁ ପଚରାଉଚରା ପାଇଁ ଅଫିସରୁ ଉଠାଇ ନେଲା ପୁଲିସ
ଆହୁରି ପଢ଼ନ୍ତୁ: Old Man Collapsed In Temple: ମୃତ୍ୟୁକୁ ଅଟକିବାକୁ କହି ତଳେ ବସିପଡ଼ିଲେ, ତା’ପରେ କ’ଣ ହେଲା ଭିଡିଓରେ ଦେଖନ୍ତୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/12/followers-2025-11-12-12-25-02.jpg)