ଜଣେ କଣ ଆଉ ଜଣଙ୍କୁ ଏତେ ଭଲ ପାଇପାରେ: କକେଇଙ୍କ ହାଡ଼ରେ ଗୀଟାର ନିର୍ମାଣ କଲେ ସଙ୍ଗୀତଜ୍ଞ

ଫ୍ଲୋରିଡ଼ା: ଜଣେ ଜଣଙ୍କୁ କେତେ ଭଲ ପାଇପାରେ ? ଭଲ ପାଇବାର ମାପଦଣ୍ଡ ନଥାଏ ସତ କିନ୍ତୁ ଭଲ ପାଇବାର ଅଭିବ୍ୟକ୍ତିର ମାଧ୍ୟମ ସବୁକିଛି ସୂଚାଇ ଦେଇଥାଏ | ଆମେରିକାର ଫ୍ଲୋରିଡ଼ାର ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ, ଯିଏ କି ନିଜ କକେଇଙ୍କ ସ୍ମୃତିରେ ଏମିତି ଏକ ଜିନିଷ ପ୍ରସ୍ତୁତ କରିଛନ୍ତି, ଯାହାକୁ ଶୁଣିଲେ ଆପଣ କହିବେ ବାଃ ରେ ପୁତୁରା | ମିଳିଥିବା ସୂଚନା ମୁତାବକ ଫ୍ଲୋରିଡାର ସଂଗୀତଜ୍ଞ ପ୍ରିନ୍ସ ମିଡନାଇଟ୍ ତାଙ୍କ କକେଇଙ୍କୁ ବହୁତ ଭଲ ପାଆନ୍ତି |

କିଛି ଦିନ ପୂର୍ବରୁ ଯେତେବେଳେ ତାଙ୍କର ଦେହାନ୍ତ ହୋଇଥିଲା, ସେ କକେଇଙ୍କ କଙ୍କାଳରୁ ଏକ ବୈଦ୍ୟୁତିକ ଗୀଟାର ତିଆରି କରିଛନ୍ତି | ଏହାକୁ ନେଇ ପ୍ରିନ୍ସ କହିଛନ୍ତି, ‘ମୁଁ ଆଜି ଯାହା ହୋଇପାରିଛି, ସବୁ ମୋ କକେଇଙ୍କ ଦାନ | ମୁଁ କକେଇଙ୍କୁ ବହୁତ ଭଲ ପାଉଥିଲି, ତେଣୁ ତାଙ୍କୁ ସବୁଦିନ ପାଇଁ ମୋ ସ୍ମୃତିରେ ରଖିବାକୁ ସ୍ଥିର କଲି’ |

ବାସ୍ତବରେ, ପ୍ରିନ୍ସଙ୍କ କକେଇଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ମେଡିକାଲ କଲେଜକୁ ଦାନ କରାଯାଇଥିଲା। ଉଲ୍ଲେଖନୀୟ କଥା ହେଉଛି, ଏମବିବିଏସ୍ ଅଧ୍ୟୟନ ସମୟରେ ଛାତ୍ରମାନଙ୍କୁ ଆନାଟୋମି ଶିକ୍ଷା ଦିଆଯାଏ, ଏଥିପାଇଁ ପ୍ରିନ୍ସଙ୍କ କକେଇଙ୍କ ସମ୍ପର୍କୀୟମାନେ ତାଙ୍କ ଶରୀର ଦାନ କରିଥିଲେ। ଯେତେବେଳେ କଲେଜରେ ଅଧ୍ୟୟନ ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେଲା, ପ୍ରିନ୍ସ ଖବର ପାଇବା ମାତ୍ରେ କଲେଜ ଯାଇ ତାଙ୍କ କକେଇଙ୍କ କଙ୍କାଳ ଆଣି ଗୀଟାର ପ୍ରସ୍ତୁତ କରିଥିଲେ |

ସମ୍ବନ୍ଧିତ ଖବର