ମଧ୍ୟପ୍ରଦେଶ: ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ଗଠନ ପାଇଁ ‘ଚୁନେରୀ ଯାତ୍ରା’, ୨ କିଲୋମିଟର ଲମ୍ବର ଓଢ଼ଣା ଧରି ୫ କିଲୋମିଟର ବାଟ ଚାଲିଲେ

ଭୋପାଳ: ପ୍ଲାଷ୍ଟିକ୍‌ ମୁକ୍ତି ଭାରତ ଗଠନ ସକାଶେ ମଧ୍ୟପ୍ରଦେଶର ବଡ଼ ଗଣପତି ମନ୍ଦିରରୁ ଇନ୍ଦୋରସ୍ଥିତ ବିଜାସନ ମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଲମ୍ବର ଏକ ନାଲି ଓଢ଼ଣୀ ଧରି ‘ଚୁନେରୀ ଯାତ୍ରା’ ହୋଇଯାଇଛି। ପ୍ଲାଷ୍ଟିକ୍‌ ମୁକ୍ତି ଭାରତ ଗଠନ ସକାଶେ ସମୁଦାୟ ୫ କିଲୋମିଟର ଏହି ଶୋଭାଯାତ୍ରା ରବିବାର ଆୟୋଜିତ ହୋଇଛି।

ଏହି ଶୋଭାଯାତ୍ରାରେ ପୂର୍ବତନ ଲୋକସଭା ବାଚସ୍ପତିି ସୁମିତ୍ରା ମହାଜନ ଏବଂ ଥାବରଚାନ୍ଦ ଗେହଲଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ଶହ ଶହ ମହିଳା ଓ ପୁରୁଷ ସାମିଲ୍‌ ହୋଇଥିଲେ।

ବଡ଼ ଗଣପତି ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ‘ଚୁନେରୀ ଯାତ୍ରା’ ପିଲିୟାଖାଲ୍‌, ଅଗ୍ରସେନ ନଗର, ରାମ ଚନ୍ଦ୍ର ନଗର ଛକ, କଲ୍ୟାଣୀ ନଗର ଛକ, ବିଦ୍ୟାଧାମ ମନ୍ଦିର ଦେଇ ବିଜବାସନ ମନ୍ଦିର ପର୍ଯ୍ୟନ୍ତ ହୋଇଥିଲା

ସମ୍ବନ୍ଧିତ ଖବର