ଇନ୍ଦୋର: ଦିନକୁ ଦିନ ଅତି ମାରାତ୍ମକ ହେବାରେ ଲାଗିଛି ବ୍ଲାକ ଫଙ୍ଗସ | କେନ୍ଦ୍ର ସରକାର ଏହାକୁ ମହାମାରୀ ବୋଲି ଘୋଷଣା କରିବା ପାଇଁ ସାରା ରାଜ୍ୟକୁ କହିସାରିଥିବା ବେଳେ ଦିନକୁ ଦିନ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି | ମଧ୍ୟପ୍ରଦେଶର ଇନ୍ଦୋର ସହରର ଏକ ସରକାରୀ ଡାକ୍ତରଖାନାରେ ଗତ ୨୦ଦିନ ମଧ୍ୟରେ ୩୨ଜଣ ବ୍ଲାକ ଫଙ୍ଗସ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ବ୍ଲାକ୍ ଫଙ୍ଗସର ପ୍ରଥମ ରୋଗୀଙ୍କୁ ମେ' ୧୩ରେ ମହାରାଜା ଯଶବନ୍ତରାଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେହି ଦିନଠାରୁ ମୋଟ ୪୩୯ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସେଥିମଧ୍ୟରୁ ୮୪ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୩୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି |
/sambad/media/post_attachments/bbb959ad9801f9405a52e109fa9bac5d343e9d55ebf70b431b15295c00c33189.jpg)
ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ଗତ ୨୦ଦିନ ମଧ୍ୟରେ ବ୍ଲାକ ଫଙ୍ଗସ ରୋଗୀଙ୍କୁ ବଞ୍ଚାଇବା ପାଇଁ ୨୦୦ଟି ସର୍ଜରୀ କରାଯାଇଛି | ବର୍ତ୍ତମାନ ୩୨୩ଜଣଙ୍କର ଚିକିତ୍ସା ଚାଲିଛି | ସେ ମଧ୍ୟରୁ ୧୪ଜଣ କରୋନା ଆକ୍ରାନ୍ତ ଥିବା ବେଳେ ବାକି ୩୦୧ଜଣ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଅଛନ୍ତି | ବ୍ଲାକ ଫଙ୍ଗସ ଦ୍ୱାରା ଶିକାର ହୋଇଥିବା ଅନ୍ୟ ୮ଜଣ, କରୋନା ଆକ୍ରାନ୍ତ ନହୋଇ ମଧ୍ୟ ବ୍ଲାକ ଫଙ୍ଗସର ଶିକାର ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି |