ବିଚିତ୍ର ଦୁର୍ଘଟଣା! ଚଳନ୍ତା କାର୍‌ ଉପରେ ହଠାତ୍‌ ବଡ଼ ପଥର ଖସି ପଡ଼ିବାରୁ ପ୍ରାଣ ହରାଇଲେ ବ୍ୟାଙ୍କ ମ୍ୟାନେଜର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା କାର୍‌ ଉପରେ ଏକ ବଡ଼ ପଥର ଖସି ପଡ଼ିବାରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି । ଉପରୁ ଖସିଥିବା ପଥରଟି କାର୍‌ର ଉପର ଅଂଶ ଭାଙ୍ଗି ଭିତରକୁ ପଶିବା ସହ ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଯାଇ ବାଜିଥିଲା । ପ୍ରାୟ ୨କିଲୋର ଏହି ପଥର ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ନାଗପୁର ରାସ୍ତାରେ ଏକ ଷ୍ଟୋନ୍‌ କ୍ରସରରେ ବ୍ଲାଷ୍ଟିଙ୍ଗ କରାଯାଉଥିବା ବେଳେ ଏକ ୨ କିଲୋର ପଥର ଆସି ବ୍ୟାଙ୍କ ମ୍ୟାନେଜର ଅଶୋକ ବର୍ମାଙ୍କ କାର୍‌ ଉପରେ ପଡ଼ିଥିଲା । ୨କିଲୋ ଓଜନ ହେତୁ ପଥରଟି କାର୍‌ ଭିତରକୁ ପଶି ଯାଇଥିଲା ।

Image result for death
AI News

ସୂଚନା ମୁତାବକ, ସୋମବାର ୪୫ବର୍ଷୀୟ ଅଶୋକ ବର୍ମା ନିଜ କାର୍‌ ଯୋଗେ ବୈତୁଲ-ନାଗପୁର ହାଇେଓ୍ଵ ଦେଇ ଯାଉଥିଲେ । ତାଙ୍କ ସହ ବ୍ୟାଙ୍କର ଅନ୍ୟ ୩ଜଣ କର୍ମଚାରୀ ଥିଲେ । ହଠାତ୍‌ ପଥରଟି ଆସି ବର୍ମାଙ୍କ ମୁଣ୍ଡରେ ବାଜିଥିଲା । ଯାହା ଦ୍ୱାରା ବର୍ମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦୁଇ ମିନିଟ୍‌ ମଧ୍ୟରେ ସେ ପ୍ରାଣ ହରାଇଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କ୍ରସରକୁ ଜବତ କରିଛି ।

ସମ୍ବନ୍ଧିତ ଖବର