ମଧ୍ୟପ୍ରଦେଶ: ବୋରଓ୍ବେଲରେ ଫସିଥିବା ବାଳକ ତନ୍ମୟର ନିକଟତର ହେଲେ ଉଦ୍ଧାରକାରୀ ଦଳ

ଭୋପାଳ: ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ଫସିଥିବା ତନ୍ମୟର ନିକଟତର ହୋଇଛି ଉଦ୍ଧାରକାରୀ ଦଳ । ଦୀର୍ଘ ୫୪ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ପହଞ୍ଚି ପାରିଛନ୍ତି । ବୋରଓ୍ବେଲଟି ୪୦୦ ଫୁଟ ଗଭୀର ହୋଇଥିବାବେଳେ ପିଲାକୁ ବାହାର କରିବା ପାଇଁ ବୋରଓ୍ବେଲ ସହ ସମାନ୍ତରାଳ ଭାବେ ଏକ ୪୪ ଫୁଟ ଗାତ ଖୋଳାଯାଇଛି ।

ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ହୋମଗାର୍ଡ କମାଣ୍ଡାଣ୍ଟ ଏସଆର ଆଜମୀ କହିଛନ୍ତି ଯେ ତନ୍ମୟ ବୋରୱେଲରେ ୩୯ ଫୁଟରେ ଫସି ରହିଛି । କିନ୍ତୁ କ୍ରମାଗତ ପାଣି ବାହାରିବା ଯୋଗୁଁ ଗାତର ଗଭୀରତା ଆଉ ଅଧିକ ବୃଦ୍ଧି କରାଯାଇପାରୁ ନାହିଁ । ଏହି ଗାତରୁ ବୋରଓ୍ବେଲକୁ ଏକ ୧୧ ଫୁଟର ସୁଡ଼ଙ୍ଗ ନିର୍ମାଣ କାମ ଜାରି ରହିଛି । କିନ୍ତୁ ପଥର ରହିଥିବାରୁ ଏହି କାମରେ ଅସୁବିଧା ଉପୁଜୁଛି । ଏହି କାରଣରୁ ତନ୍ମୟକୁ ଉଦ୍ଧାର କରିବାରେ ବିଲମ୍ବ ହେଉଛି । ବର୍ତ୍ତମାନ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ପହଞ୍ଚି ଯାଇଥିବାରୁ ଆଶା କରାଯାଉଛି ତନ୍ମୟକୁ ଯଥାଶୀଘ୍ର ଉଦ୍ଧାର କରାଯିବ ।

ସମ୍ବନ୍ଧିତ ଖବର