ମଧ୍ୟପ୍ରଦେଶ ନିର୍ବାଚନ: କଂଗ୍ରେସ ପାଇଁ ରଣକୌଶଳ ପ୍ରସ୍ତୁତିକୁ ପ୍ରଶାନ୍ତ କିଶୋରଙ୍କ ନା

ପାଟନା : ମଧ୍ୟପ୍ରଦେଶର ୨୪ ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ କଂଗ୍ରେସ ପାଇଁ ରଣକୌଶଳ ପ୍ରସ୍ତୁତ କରିବା ନେଇ ଚର୍ଚ୍ଚାକୁ ପ୍ରଶାନ୍ତ କିଶୋର ଖଣ୍ଡନ କରିଛନ୍ତି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ୨୪ ଜଣ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡ଼ିଥିଲେ। ଏଣୁ ଏହି ୨୪ ବିଧାନସଭା ଆସନ ପାଇଁ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ପାଇଁ ନିର୍ବାଚନୀ ରଣକୌଶଳ ପ୍ରସ୍ତୁତ କରିବାକୁ ପ୍ରଶାନ୍ତ କିଶୋରଙ୍କୁ ଅନୁରୋଧ କରିଥଲେ। ମାତ୍ର ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି। କଂଗ୍ରେସ ପାଇଁ ସେ ବିକ୍ଷିପ୍ତ ଭାବେ ଏଠି ସେଠି ନିର୍ବାଚନ ରଣକୌଶଳ ପ୍ରସ୍ତୁତ କରିବେ ନାହିଁ ବୋଲି ସିଧା ମନା କରିଦେଇଛନ୍ତି।

୨୦୧୪ରେ ପ୍ରଶାନ୍ତ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଶାନ୍ତ କିଶୋର ଜନତା ଦଳ(ୟୁ)ରେ ଯୋଗ ଦେଇଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ତାଙ୍କୁ ଦଳରୁ ବିଦା କରିଥିଲେ।

ସମ୍ବନ୍ଧିତ ଖବର