କରୋନା ଆକ୍ରାନ୍ତ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ତାଙ୍କର ନମୁନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟୁଇଟ୍ କରି ଜଣାଇଛନ୍ତି।

Naidunia

ଟୁଇଟରେ ସେ ଲେଖିଛନ୍ତି, ମୋର ପ୍ରିୟ ରାଜ୍ୟବାସୀ, ମୋ ଶରୀରରେ କୋଭିଡ-୧୯ର ଲକ୍ଷଣ ଦେଖାଯାଉଥିଲା। ଏବେ ମୁଁ ସ୍ବାବ ନମୁନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ମୋର ସବୁ ସାଥୀମାନଙ୍କୁ ଅନୁରୋଧ କରୁଛି କି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଙ୍ଗରୋଧରେ ରଖନ୍ତୁ।

ଅନ୍ୟ ଏକ ଟୁଇଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲେଖିଛନ୍ତି, ମୁଁ କୋଭିଡ-୧୯ର ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରୁଛି | ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜକୁ  କ୍ବାରେଣ୍ଟାଇନ କରିବି | ମୁଁ ମୋ ରାଜ୍ୟର ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରୁଛି, ଟିକିଏ ଅସାବଧାନତା କରୋନାକୁ ଆମନ୍ତ୍ରଣ କରେ | ମୁଁ କରୋନାକୁ ଏଡାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲି କିନ୍ତୁ ଲୋକମାନେ ଅନେକ ବିଷୟରେ ମୋ ସହ ସାକ୍ଷାତ କରୁଥିଲେ | କୋଭିଡ-୧୯ ପାଇଁ ଠିକ୍ ସମୟରେ ଚିକିତ୍ସା କରାଯାଏ, ତା’ପରେ ବ୍ୟକ୍ତି ସୁସ୍ଥ ହୋଇଯାଏ | ମୁଁ ମାର୍ଚ୍ଚ ୨୫ଠାରୁ ପ୍ରତି ସନ୍ଧ୍ୟାରେ କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରୁଛି | ବର୍ତ୍ତମାନ ଯଥାସମ୍ଭବ ଭିଡିଓ କନଫରେନ୍ସିଂ ସହିତ କରୋନା ସମୀକ୍ଷା କରିବାକୁ ଚେଷ୍ଟା କରିବି ବୋଲି ଲେଖିଛନ୍ତି |

ସମ୍ବନ୍ଧିତ ଖବର