ମଧ୍ୟପ୍ରଦେଶ: ଦଶମ ଶ୍ରେଣୀ ମ‌ଡେଲ୍‌ ପ୍ରଶ୍ନପତ୍ରରେ ‘ଗ୍ୟାମ୍ବଲିଂ’ ସ୍ଥାନରେ ‘ଗାନ୍ଧିଜୀ’

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟ ଶିକ୍ଷା ବୋର୍ଡ (ଏମ୍‌ପିଏସ୍‌ଇବି) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ଏକ ମଡେଲ୍‌ ଟେଷ୍ଟ ପେପରରେ ସାଂଘାତିକ ତ୍ରୁଟି ନଜରକୁ ଆସିଛି। ଏହି ଟେଷ୍ଟ ପେପରରେ ଏକ ମଡେଲ୍‌ ପ୍ରଶ୍ନ ଉତ୍ତରରେ ‘ଗ୍ୟାମ୍ବଲିଂ’ ଭଳି ଏକ ଶବ୍ଦ ବଦଳରେ ‘ଗାନ୍ଧିଜୀ’ ଛପା ଯାଇଛି। ଟେଷ୍ଟ ପେପରରେ ପ୍ରଶ୍ନଟିଏ ରହିଛି ‘ହ୍ବାଟ୍‌ ଓୟାର ଦି କ୍ବାଲିଟିଜ୍‌ ଅଫ୍‌ ସୁବୁଦ୍ଧି ଆଣ୍ଡ କୁବୁଦ୍ଧି?’। ଏହାର ଉତ୍ତରରେ ଲେଖାଅଛି ‘ସୁବୁଦ୍ଧି ୱାଜ୍‌ ଆନ୍‌ ଅନେଷ୍ଟ ମ୍ୟାନ୍‌ ଆଣ୍ଡ ଲେଡ୍‌ ଏ ଗୁଡ୍‌ ଲାଇଫ୍‌। କୁବୁଦ୍ଧି ୱାଜ୍‌ ଏ ୱିକ୍‌ଡ ମ୍ୟାନ୍‌ ଆଣ୍ଡ ଲେଡ୍‌ ଏ ଲାଇଫ୍‌ ଅଫ୍‌ ଡ୍ରିଙ୍କିଙ୍ଗ୍‌ ଆଣ୍ଡ ଗାନ୍ଧିଜୀ’। ପ୍ରକୃତରେ ‘ଗାନ୍ଧିଜୀ’ ଶବ୍ଦ ବଦଳରେ ‘ଗ୍ୟାମ୍ବଲିଂ’ ହେବା କଥା। ‘ଗ୍ୟାମ୍ବଲିଂ’ ଶବ୍ଦ ବଦଳରେ ‘ଗାନ୍ଧିଜୀ’ ଲେଖାଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାନ୍ଧିଜୀ ଶବ୍ଦକୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ସହ ଯୋଡ଼ିଥିବାରୁ ମଧ୍ୟପ୍ରଦେଶ ଶିକ୍ଷା ବୋର୍ଡ ସମାଲୋଚନାର ଶରବ୍ୟ ହୋଇଛି।

ସମ୍ବନ୍ଧିତ ଖବର