ବେଆଇନ ମଦ ହେତୁ ମୃତ୍ୟୁ ହେଲେ ଦୋଷୀ ବ୍ୟବସାୟୀଙ୍କୁ ହେବ ଆଜୀବନ କାରାଦଣ୍ଡ/ମୃତ୍ୟୁ

ଲକ୍ଷ୍ମୌ: ମଧ୍ୟପ୍ରଦେଶରେ ଏଣିକି ବେଆଇନ ମଦ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସୁବେର ଶିବରାଜ ସରକାର ନିଷ୍ପତ୍ତି ନେଇଛନ୍ତି କି ବେଆଇନ ମଦ ପିଇ କୌଣସି ବ୍ୟକ୍ତିଙ୍କ ଜୀବନ ଗଲେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ। ଏହାପୂର୍ବରୁ ବେଆଇନ ମଦ ବ୍ୟବସାୟ କରୁଥିଲେ ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଥିଲା। ଏହା ବ୍ୟତୀତ ଜରିମାନା ବାବଦକୁ ୧୦ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨୦ଲକ୍ଷ ଟଙ୍କା କରାଯାଇଥିଲା।

ମଙ୍ଗଳବାର ଶିବରାଜ କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ନେଇ ମଞ୍ଜୁରୀ ଦିଆଯାଇଛି। ଏହାକୁ ନେଇ ଏକ ବିଲ ବିଧାନସଭାର ଅଧିବେଶନରେ ଉଠାଯିବ। ନିକଟରେ ମନ୍ଦସୌରର ଅଲଗା-ଅଲଗା ଅଞ୍ଚଳରେ ବିଷାକ୍ତ ମଦ ହେତୁ ପାଖାପାଖି ୮ଜଣଙ୍କ ମୃତ୍ୟୁ ହେବା ପରେ ମଧ୍ୟପ୍ରଦେଶ ସରକାରଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ମଧ୍ୟ ପ୍ରଦେଶ ସରକାର । ଗତ ଦେଢ ବର୍ଷ ମଧ୍ୟରେ ମଧ୍ୟ ପ୍ରଦେଶରେ ବିଷାକ୍ତ ମଦ ପିଇ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଛି ।

ମଧ୍ୟପ୍ରଦେଶ ସରକାର ମଦ ଚାଲାଣ ଓ ବେଆଇନ ବ୍ୟବସାୟ ଅଟକାଇବା ପାଇଁ ମଦ ବୋତଲରେ ୨୦ରୁ ଅଧିକ ସୁରକ୍ଷା ମାନକ ଯୁକ୍ତ କ୍ୟୁଆର କୋଡ ହୋଲୋଗ୍ରାମ ଲଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ଅଧକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ପଡୋଶୀ ରାଜ୍ୟରେ ବେଆଇନ ମଦ ଚାଲାଣକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସମ୍ବନ୍ଧିତ ଖବର