ମଧ୍ୟପ୍ରଦେଶରେ ଆଉ ୪ ବିଜେପି ବିଧାୟକ କଂଗ୍ରେସ ମିଶିବେ ବୋଲି ଦାବି କଲେ କମ୍ପ୍ୟୁଟର ବାବା

ଭୋପାଳ : କର୍ଣ୍ଣାଟକରେ ସରକାର ଭାଙ୍ଗିବା ପରେ ବିଜେପି ଉପରେ ପ୍ରତିଶୋଧ ନେବାକୁ କଂଗ୍ରେସ ସୁଯୋଗ ଅପେକ୍ଷାରେ ଅଛି । ଗତ କାଲି ମଧ୍ୟପ୍ରଦେଶରେ ଦୁଇ ବିଜେପି ବିଧାୟକ ଏକ ବିଧେୟକ ପାଇଁ କଂଗ୍ରେସ ସରକାରଙ୍କୁ ସମର୍ଥନ କରିବା ସହ ଆଗାମୀ ଦିନରେ କଂଗ୍ରେସରେ ମିଶିବାକୁ ସଂକେତ ଦେଇଥିଲେ ।

photo-jansatta

କିନ୍ତୁ ମାତ୍ର ୨ ଜଣ ବିଜେପି ବିଧାୟକଙ୍କୁ ନେଇ ଶାନ୍ତିରେ ବସିବାକୁ ଚାହୁଁନାହିଁ କଂଗ୍ରେସ । ଆଉ କିଛି ବିଜେପି ବିଧାୟକଙ୍କୁ ନିଜ ଶିବିରକୁ ଟାଣିବାକୁ କଂଗ୍ରେସ ଉଦ୍ୟମ ଚଳାଇଛି । ଆତ୍ମଘୋଷିତ ସାଧୁ କମ୍ପ୍ୟୁଟର ବାବା ଓରଫ ନାମଦାସ ତ୍ୟାଗୀ କହିଛନ୍ତି ଯେ ଆଉ ୪ ଜଣ ବିଜେପି ନେତା କଂଗ୍ରେସରେ ମିଶିବାକୁ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ସେମାନେ ବିଜେପି ଉପରେ କ୍ଷୁବଧ ଅଛନ୍ତି ଓ ଦଳ ଛାଡିବାକୁ ଚାହୁଁଛନ୍ତି । ତେବେ ଏବେ ସେ ସେମାନଙ୍କ ନାଁ ପ୍ରକାଶ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କମଳନାଥ ଚାହିଁଲେ ସେ ସେମାନଙ୍କ ନାଁ ପ୍ରକାଶ କରିବେ । ଗତକାଲି ମଧ୍ୟପ୍ରଦେଶରେ ଦୁଇଜଣ ବିଜେପି ବିଧାୟକ ନାରାୟଣ ତ୍ରିପାଠୀ ଓ ଶରଦ କଲ କହିଥିଲେ ଯେ ସେମାନେ ବିଜେପିରେ ରହିବାକୁ ଚାହୁଁନାହାନ୍ତି ଓ ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେବେ ।

ସମ୍ବନ୍ଧିତ ଖବର