ସ୍କୁଲ ଫିସକୁ ନେଇ ଚିନ୍ତାରେ ଥିବା ଅଭିଭାବକଙ୍କୁ ଶିକ୍ଷାମନ୍ତ୍ରୀ କହିଲେ, ‘ମରିବାର ଅଛି ତ ମରିଯାଅ’

ଭୋପାଳ: କରୋନା କାଳରେ ଲୋକମାନେ ଚାକିରି ହରାଇ ଦେଇଛନ୍ତି, ଅନେକଙ୍କ ଦରମା କଟିକି ଆସୁଛି। ସ୍କୁଲ ଅନେକ ଦିନ ହେବ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫିସ ଆଦାୟ କରୁଛି। ଏଥିପାଇଁ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରୁ ଆଣି ସରକାରୀ ସ୍କୁଲରେ ଭର୍ତ୍ତି କରୁଛନ୍ତି। ମଧ୍ୟପ୍ରଦେଶର କିଛି ଅଭିଭାବକ ଏନେଇ ଅଭିଯୋଗ ପାଇଁ ଯେତେବେଳେ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ ସେ ରାଗି ଯାଇଥିଲେ।

ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂହ ପରମାର ଅଭିଭାବକମାନଙ୍କୁ କହିଥିଲେ, ‘ଯାଅ ମରି ଯାଅ’। ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିରୋଧୀ ପାର୍ଟି କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

 

ପ୍ରକାଶିତ ରିପୋର୍ଟ ମୁତାବକ, ପିଲାଙ୍କ ମା’ ବାପା ସ୍କୁଲ ଫିସ ଭରିବା ଘଟଣାକୁ ନେଇ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂହ ପରମାରଙ୍କ ପାଖକୁ ଯାଇଥିଲେ। ସେଠାରେ ପହଞ୍ଚି ଅଭିଭାବକମାନେ କହିଥିଲେ କି, ଯଦି ସରକାର କିଛି କରିବ ନାହିଁ ତେବେ କ’ଣ ମରିଯିବୁ? ଏହି କଥାକୁ ଶୁଣିବା ପରେ ଶିକ୍ଷାମନ୍ତ୍ରୀ ରାଗି ଯାଇ ଅଭିଭାବକମାନଙ୍କୁ କହିଥିଲେ, ‘ଯାଅ ମରି ଯାଅ’

ସମ୍ବନ୍ଧିତ ଖବର