ମଧ୍ୟପ୍ରଦେଶରେ ବନ୍ୟା ପରିସ୍ଥିତି: ଏଯାବତ ୨୪ଜଣଙ୍କ ମୃତ୍ୟୁ, ୧୨୫୦ଗ୍ରାମ ପ୍ରଭାବିତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଆସିଥିବା ବନ୍ୟା ହେତୁ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ସୁବେରେ ବନ୍ୟା ଓ ଏଥିସହିତ ଜଡ଼ିତ ଘଟଣା ହେତୁ ଏଯାବତ ୨୪ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବନ୍ୟା ହେତୁ ୧୨୫୦ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ହେତୁ ଗ୍ବାଲିୟର, ଶିବପୁରୀ, ଗୁନା, ସୟୋପୁର, ଦାତିୟା, ଅଶୋକନଗର, ଭିଣ୍ଡ ଓ ମୁରେନାରେ ଲୋକେ ଅଧିକ ପ୍ରଭାବିତ ହୋଇଛି।

ବନ୍ୟାରେ ଫସିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଏନଡିଆରଏଫ, ଏସଡିଆରଏଫ, ବାୟୁସେନା ଓ ସେନା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଯାବତ ୮୮୦୦ଲୋକଙ୍କୁ ଉଦ୍ଧାର କରାଯାଇଛି। ସୁବେରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଖାପାଖି ୨୯ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁରେନା, ଶିବପୁରୀ, ଭିଣ୍ଡ, ସୟୋପୁର ଓ ଅଶୋକନଗରରେ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏନଡିଆରଏଫର ଆଠଟି ଟିମ ବି ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ମଧ୍ୟପ୍ରଦେଶରେ ଆସିଥିବା ବନ୍ୟା ହେତୁ ଏଯାବତ ୨୫ହଜାର ଘର ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର