ଭୋପାଳ: ପ୍ରଲୋଭନ କିମ୍ବା ଭୟ ଦେଖାଇ କୌଣସି ଉପାୟରେ ଝିଅମାନଙ୍କୁ ଧର୍ମାନ୍ତରିତ କରୁଥିବା ଲୋକଙ୍କ ବିରୋଧରେ ଅତି କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ମଧ୍ୟପ୍ରଦେଶର ବିଜେପି ସରକାର ଏଭଳି ଘଟଣାର ଦୋଷୀଙ୍କୁ ଫାଶୀ ଦଣ୍ଡର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି ଯେ ନିରୀହ ଝିଅଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀଦଣ୍ଡ ବ୍ୟବସ୍ଥା କରାଯିବା ପରେ ଏବେ ରାଜ୍ୟରେ ଧର୍ମପରିବର୍ତ୍ତନ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା କରାଯିବ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ‘ଲାଡଲି ବେହନା’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯାଦବ ଏହି ଘୋଷଣା କହିଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ତଥା ଲୋକସଭା ସାଂସଦ ବିଷ୍ଣୁ ଦତ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ନିରୀହ ଝିଅମାନଙ୍କୁ ଦୁଷ୍କର୍ମ କରିଥିବା ଦୋଷୀକୁ ଫାଶୀ ଦଣ୍ଡ ଦେବାପାଇଁ ରାଜ୍ୟରେ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଝିଅମାନଙ୍କ ପ୍ରତି ବର୍ବରତା ଦେଖାଉଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଏବେ ଝିଅମାନଙ୍କୁ ଭୟ ଓ ପ୍ରଲୋଭନ ଦେଖାଇ ଧର୍ମପରିବର୍ତ୍ତନ କ୍ଷେତ୍ରରେ ଆମେ ଫାଶୀ ଦଣ୍ଡ ବ୍ୟବସ୍ଥା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/judgement-1.jpg)