ପରଲୋକରେ ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ, ଦୁଃଖ ପ୍ରକାଶ କରି ଟ୍ବିଟ୍‌ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କର ମଙ୍ଗଳବାର ସକାଳୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୮୫ ବର୍ଷ ଥିବା ଜଣାପଡ଼ିଛି। ଲାଲ୍‌ଜୀଙ୍କ ପରଲୋକ ସଂପର୍କରେ ତାଙ୍କ ପୁଅ ଆଶୁତୋଷ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ବାପା ଆଉ ନାହାନ୍ତି’।

ଲାଲ୍‌ଜୀ ଜୁନ୍ ୧୧ ତାରିଖ ଦିନ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ।  ପରେ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପରିଶ୍ରାରେ ଅସୁବିଧା ଥିବା ସହ ଜ୍ବର ମଧ୍ୟ ରହୁଥିଲା। ଡାକ୍ତରମାନେ ଚିକିତ୍ସା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଯତ୍କୃତ ସମସ୍ୟା ଅଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଲାଲ୍‌ଜୀଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଥିଲା।

ତାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ମୋଦୀ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ସମାଜ ପାଇଁ ନିଜର ସେବା ମନୋବୃତ୍ତି ଯୋଗୁ ଲାଲଜୀ ଟଣ୍ଡନ ସଦା ମନେ ରହିବେ। ଉତ୍ତରପ୍ରଦେଶରେ ବିଜେପିର ସ୍ଥିତିିକୁ ସୁଦୃଢ଼ କରିବାରେ ସେ ଗୁୁରୁତତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜଣେ ପ୍ରଭାବଶାଳୀ ପ୍ରଶାସକ ଭାବେ ମନେ ରହିବେ, ଯିଏକି ସଦା ସର୍ବସାଧାରଣଙ୍କ କଲ୍ୟାଣ ବିଷୟରେ ଚିନ୍ତା କରୁଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖୀତ।’

ସେହିପରି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଲାଲ୍‌ଜୀ ଟଣ୍ଡନଙ୍କ ବିୟୋଗରେ ତାଙ୍କ ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି କି ଲାଲ୍‌ଜୀ ଟଣ୍ଡନଙ୍କ ବିୟୋଗ ବଡ଼ ଦୁଃଖଦାୟକ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସେ କରିି ଯାଇଥିବା ବିକାଶମୂଳକ କାର୍ଯ୍ୟ ସଦା ମନେ ରହିବ ଓ ଈଶ୍ବର ଏହି ସମୟରେ ଲାଲ୍‌ଜୀଙ୍କ ପରିବାରକୁ ‌ଧୈର୍ଯ୍ୟ ଦିଅନ୍ତୁ ବୋଲି ରାଜନାଥ କହିଛନ୍ତି।

 

୧୯୩୫ ଏପ୍ରିଲ ୧୨ରେ ଜନ୍ମ ହୋଇଥିବା ଟଣ୍ଡନ ବିଜେପିର ଜଣେ ବରିଷ୍ଠ ନେତା ଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗୀ ଥିଲେ।

୧୯୭୮ରୁ ୧୯୮୪ ମଧ୍ୟରେ  ଟଣ୍ଡନ୍ ଦୁଇଥର ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ବିଧାନ ପରିଷଦର ନେତା ଭାବରେ ରହି ଆସିଥିଲେ। ସେ ୧୯୯୬ରୁ ୨୦୦୯ ମଧ୍ୟରେ ତିନି ଥର ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଥିଲେ ଏବଂ ୨୦୦୩ରୁ ୨୦୦୭ ଯାଏ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିଲେ। ସେ ବିଏସପି-ବିଜେପି ମିଳିତ ମଞ୍ଚ ଶାସନ କ୍ଷମତାରେ ଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର