ଭୋପାଳ/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଦୀର୍ଘଦିନ ଧରି ଚାଲିଥିବା ଏକ ସେକ୍ସ ର‍୍ୟାକେଟର ପର୍ଦ୍ଦାଫାସ୍‌ ହେବା ପରେ ଏହି ର‍୍ୟାକେଟ୍‌କୁ ନେଇ ଅନେକ ରୋଚକ ଏବଂ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିଛି। ଏଥିସହ ଘଟଣାର ତଦନ୍ତ କରୁଥିବା ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ହାତରେ ପଡ଼ିଥିବା ଅନେକ ଆପତ୍ତିଜନକ ଜିନିଷ ଏବେ ବହୁ ରାଜନେତାଙ୍କ ଠାରୁ ଆରମ୍ଭ କରି ଆଇଏଏସ୍‌ଙ୍କ ଆଖିରୁ ନିଦ ହଜାଇ ଦେଇଛି।

Advertisment

ଏସ୍‌ଆଇଟି ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତରୁ ଏବେ ଜଣାପଡ଼ିଛି ଯେ ପାଞ୍ଚଜଣ ମହିଳାଙ୍କ ଦ୍ୱାରା ଏକ ଏନ୍‌ଜିଓ ଆଳରେ ଚାଲିଥିବା ଏହି ସେକ୍ସ ର‍୍ୟାକେଟ କେବଳ ମାତ୍ର ଏକ ର‍୍ୟାକେଟ ନଥିଲା ବରଂ ଏକ ‘ବ୍ଲାକ୍‌ମେଲିଂ ସିଣ୍ଡିକେଟ୍‌’ ଥିଲା। ଏହି ର‍୍ୟାକେଟ ଓ ସିଣ୍ଡିକେଟ ଚଳାଇଥିବା ୫ ଜଣ ମହିଳାଙ୍କ ମଧ୍ୟରେ ୨ଜଣ ଥିଲେ ମୁଖ୍ୟ। ଏମାନଙ୍କ ମଧ୍ୟରୁ ଜଣେ ବିଜେପି ନେତ୍ରୀ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ହେଉଛନ୍ତି ଜଣେ କଂଗ୍ରେସ ନେତାଙ୍କ ପତ୍ନୀ। ଆଉ ଏମାନଙ୍କ ଟାର୍ଗେଟରେ ଥିଲେ ବରିଷ୍ଠ କ୍ଷମତାଶାଳୀ ରାଜନେତା ଓ ପ୍ରଭାବଶାଳୀ ବରିଷ୍ଠ, ପଦସ୍ଥ ପ୍ରଶାସକ।

publive-image Times of India

ଏମାନେ ପ୍ରଥମେ ‘ହନିଟ୍ରାପ୍‌’ ଜରିଆରେ ରାଜନେତା ଓ ପ୍ରଶାସକମାନଙ୍କୁ ଫସାଇବା ପରେ ସେମାନଙ୍କ ଏନ୍‌ଜିଓକୁ ଡକାଉଥିଲେ ଓ ଯୁବତୀ ଯୋଗାଇ ଦେଉଥିଲେ। ଆଉ ଏମାନେ ଯୁବତୀମାନଙ୍କ ସହ ଅସଂଯତ ଅବସ୍ଥାରେ ଥିବାବେଳେ ସେମାନଙ୍କର ଅଜ୍ଞାତରେ ପୂରା ଘଟଣାକ୍ରମର ଭିଡିଓ ଚିତ୍ର ଉତ୍ତୋଳନ କରି ରଖି ଦେଉଥିଲେ। ପରବର୍ତ୍ତୀ ସମୟରେ ଏମାନଙ୍କ ‘ହନିଟ୍ରାପ୍‌’ରେ ଫସିଥିବା ନେତା ଓ ପ୍ରଶାସକମାନଙ୍କୁ ବ୍ଲାକ୍‌ମେଲ କରି ନିଜର କାମ ହାସଲ କରୁଥିଲେ। ଯେପରିକି କାହାକୁ ନିଯୁକ୍ତି ପ୍ରଦାନ, କାହାକୁ ଠିକା ପ୍ରଦାନ, କାହାର ବଦଳି ଇତ୍ୟାଦି, ଇତ୍ୟାଦି। ଆଉ ଯିଏ ଏମାନଙ୍କ କଥାକୁ କାର୍ଯ୍ୟକାରୀ କରୁ ନଥିଲା, ସେମାନେ ତା’ଠାରୁ ବଳପୂର୍ବକ ଅର୍ଥ ଆଦାୟ କରିବାକୁ ‘ବ୍ଲାକ୍‌ମେଲିଂ’ କରିବା ଆରମ୍ଭ କରି ଦେଉଥିଲେ।

publive-image India Tv

ବର୍ତ୍ତମାନ ସୁଦ୍ଧା ତଦନ୍ତକାରୀ ଏସ୍‌ଆଇଟି ଏହି ର‍୍ୟାକେଟ ନିକଟରୁ ୪୦୦୦ ଫାଇଲ ଜବତ କରିଛି। ଯେଉଁଥିରେ ଏମାନଙ୍କର ଶିକାର ହୋଇଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀମାନଙ୍କର ଚାଟ୍‌, ଭିଡିଓ ଓ କଥାବାର୍ତ୍ତାର ରେକର୍ଡିଂ ଇତ୍ୟାଦି ମହଜୁଦ୍‌ ରହିଛି। ଏଥିସହ ୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କ ନାମ ସମ୍ବଳିତ ଏକ ତାଲିକା ମଧ୍ୟ ଏସ୍‌ଆଇଟି ଏମାନଙ୍କ ନିକଟରୁ ଜବତ କରିଛି। ଯେଉଁ ୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବର୍ତ୍ତମାନ ସମୟରେ ଏମାନେ ବ୍ଲାକ୍‌ମେଲ୍‌ କରୁଥିଲେ। ସେହିପରି ଏମାନଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଓ ଲାପ୍‌ଟପ୍‌ର ଡାଟାକୁ ବର୍ତ୍ତମାନ ଅନୁଧ୍ୟାନ କରା ଯାଉଥିବାରୁ ଏ ସଂପର୍କରେ ଆଉ ଅଧିକ ତଥ୍ୟ ଗଣମାଧ୍ୟମକୁ ଦେବାକୁ ମନା କରିଛନ୍ତି ଏସ୍‌ଆଇଟିର ତଦନ୍ତକାରୀ ଅଧିକାରୀ। ତେବେ, ଏହି ର‍୍ୟାକେଟ କେବଳ ମଧ୍ୟପ୍ରଦେଶ ମଧ୍ୟରେ ସୀମିତ ନରହି ଏହାର ଚେର ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିବା ଓ ତଦନ୍ତ ଯେତେ ଆଗେଇବ ର‍୍ୟାକେଟ ପଛର ସେତେ ଗୂଢ଼ ରହସ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଏସ୍‌ଆଇଟିର ତଦନ୍ତକାରୀ ଅଧିକାରୀ।