ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ମଧ୍ୟପ୍ରଦେଶ ସରକାର ଏହି ସବୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ

ଭୋପାଲ: ମଧ୍ୟପ୍ରଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ତିନିଟି ଜାତୀୟସ୍ତରର ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ କବି, ପତ୍ରକାର ଓ ଉତ୍ତମଶାସନ କ୍ଷେତ୍ରରେ ପାଞ୍ଚପାଞ୍ଚ ଲକ୍ଷ ଟଙ୍କାର ତିନିଟି ପୁରସ୍କାର ସାମିଲ ରହିଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍‌ ବାଜପେୟୀଙ୍କ ଜୀବନୀ ଆଗାମୀ ଶିକ୍ଷାବର୍ଷରେ ରାଜ୍ୟର ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଶିବରାଜ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକ ଶିକ୍ଷା ଗ୍ଵାଲିୟରର ଗୋରଖି ବିଦ୍ୟାଳୟରେ ହୋଇଥିଲା। ଏଠାରେ ସେ ଷଷ୍ଠ ଓ ଅଷ୍ଟମ ଶ୍ରେଣୀ ଶିକ୍ଷା ଶେଷ କରିଥିଲେ। ଏହି ବଦ୍ୟାଳୟର ଗୁଣବତ୍ତା ଶିକ୍ଷା, ସ୍ମାର୍ଟ କ୍ଲାସ, ପ୍ଲାନିଟୋରିୟମ୍‌, ମ୍ୟୁଜିୟମ୍‌ ବିକଶିତ କରାଯିବ ସହିତ ଷ୍ଟେଚ୍ୟୁ ବି ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ବିଦିଶା ଜିଲ୍ଲାରେ ମେଡିକାଲ କଲେଜର ନାମକରଣ କରଣ ବି ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରିଛନ୍ତି। ସେହିପରି ଭୋପାଳ, ଇନ୍ଦୋର, ଜବଲପୁର, ଗ୍ଵାଲିୟର,ଉଜ୍ଜିୟାନ୍‌, ସାଗର ଓ ସତନାରେ ବିଶ୍ୱସ୍ତରୀୟ ପୁସ୍ତକାଳୟର ନାମ ବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବଜପେୟୀଙ୍କ ନାମରେ ହେବ।

ସମ୍ବନ୍ଧିତ ଖବର