ରୋଗୀଙ୍କୁ ରାତିରେ ଡାକ୍ତର ମୃତ ଘୋଷଣା କଲେ,ହେଲେ ସକାଳେ କଥା କହିଲେ ରୋଗୀ

ସାଗର : ମଧ୍ୟପ୍ରଦେଶର ଏକ ସରକାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ପ୍ରତି ଅବହେଳାର ଚରମ ନମୁନା ସମ୍ନାକୁ ଆସିଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ଓ ରୋଗୀଙ୍କର ସଂପର୍କୀୟମାନେ ହଟହଟା ହେଉଥିବାର ଅଭିଯୋଗ ଅନେକ ଦିନରୁ ହୋଇ ଆସୁଛି । ହେଲେ ଏଭଳି ଅଜବ ଘଟଣା ସେଠାରେ ଘଟିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି।

ସେଠାରେ ଡାକ୍ତର ଯେଉଁ ରୋଗୀଙ୍କୁ ରାତିରେ ମୃତ ଘୋଷଣା କରିଥିଲେ, ସେ ତା’ ପରିଦିନ କଥା କହୁଥିବାର ଦେଖିବାକୁ ମିଳିଥିଲା । ୭୨ ବର୍ଷିୟ  ରୋଗୀଙ୍କୁ ରାତିରେ ଡାକ୍ତରଙ୍କ ପକ୍ଷରୁ ମୃତ ଘୋଷଣା କରାଯିବା ପରେ ପରଦିନ ସକାଳେ ଯେତେବେଳେ ପୋଷ୍ଟମର୍ଟମ ପାଇଁ ନିଆଯାଉଥିଲା ସେତେବେଳେ ରୋଗୀ କଥା କହିବା ଆରମ୍ଭ କରିଥିଲେ । ଏହି ସମୟରେ ଡାକ୍ତରମାନେ ରୋଗୀ ମରି ନାହାନ୍ତି ବରଂ ଜୀବିତ ଥିବା ଜାଣିପାରିଥିଲେ ।

photo-wikimapia

ଏଠାରେ ସୂଚନାଯୋଗ୍ୟ ଯେ ଗତ ଗୁରୁବାର ରାତିରେ ଚିକିତ୍ସା ସମୟରେ ରୋଗୀକୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଶୁକ୍ରବାର ସକାଳେ ସେ କଥା କହିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତରଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି । ମାମଲାର ତଦନ୍ତ ଚାଲିଛ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ସମ୍ବନ୍ଧିତ ଖବର