ପରିବାର ବିରୋଧରେ ଯାଇ ବିବାହ କଲା ଝିଅ, ମୃତ ଘୋଷଣା କରି ଶ୍ରାଦ୍ଧ ଦେଲା ବାପା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଝିଅ ଜୀବିତ ଥିବା ଜାଣି ମଧ୍ୟ ଜଣେ ବାପା ଝିଅର ଶ୍ରାଦ୍ଧ ଦେଇଥିବା ଜଣାପଡ଼ିଛି । ଯୁବତୀଜଣଙ୍କ ଘରୁ ଲୁଚି ପଳାଇବା ସହ ନିଜ ପ୍ରେମିକକୁ ବିବାହ କରିଥିଲେ । ଯୁବତୀଙ୍କ ବାପା ଆଣିବା ପାଇଁ ଯିବାରୁ ଯୁବତୀଜଣଙ୍କ ତାଙ୍କୁ ଚିହ୍ନିବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଯୁବତୀଙ୍କ ବାପା ଏଭଳି କାମ କରିଥିବା ସୂଚନା ମିଳିଛି।

oneindia.com

ସୂଚନା ମୁତାବକ, ମନ୍ଦସୌରରେ ରହୁଥିବା ଯୁବତୀଜଣଙ୍କ ନିଜ ପାଖ ଗାଁରେ ରହୁଥିବା ଯୁବକଙ୍କୁ ମନ ଦେଇ ବସିଥିଲେ । ଦୁହେଁ ଷଷ୍ଠ ଶ୍ରେଣୀରୁ ସାଥୀରେ ପାଠ ପଢ଼ି ଆସୁଥିବା ସହ ପରବର୍ତ୍ତୀ ସମୟରେ ଦୁହିଁଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଦିନେ ଘରେ କାହାକୁ କିଛି ନ ଜଣାଇ ଦୁହେଁ ଘର ଛାଡ଼ି ଚାଲି ଯାଇଥିଲେ । ମାମଲାଟି ପୁଲିସରେ ପହଞ୍ଚିବା ପରେ ଦୁଇ ପକ୍ଷକୁ ଡ଼କାଯିବା ସହ ଯୁବତୀ ଓ ତାଙ୍କ ପ୍ରେମିକ ମଧ୍ୟ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ବାପା ଘରକୁ ଯିବା ପାଇଁ କହିବାରୁ ଯୁବତୀଜଣଙ୍କ ଏ କିଏ? ମୁଁ ଜାଣି ନାହିଁ ବୋଲି କହିଥିଲେ । ଝିଅ ପାଟିରୁ ଏହା ଶୁଣି ବାପା ପୁଲିସ ଷ୍ଟେସନରୁ ଚାଲି ଆସିବା ସହ ତାଙ୍କ ପାଇଁ ଝିଅ ସବୁଦିନ ପାଇଁ ମରି ଯାଇଥିବା ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର