ଇନ୍ଦ୍ର ଦେବଙ୍କୁ ତୁଷ୍ଟ କରିବାକୁ ବେଙ୍ଗ ବାହାରଘର କରାଇଲେ ମଧ୍ୟପ୍ରଦେଶ ମନ୍ତ୍ରୀ

ସଗର: ଇନ୍ଦ୍ର ଦେବଙ୍କୁ ତୁଷ୍ଟ କରାଇବାକୁ ଶୁକ୍ରବାର ଦିନ ଛତ୍ତରପୁର ମନ୍ଦିରରେ ମହାଡ଼ମ୍ବର ସହ ମଧ୍ୟପ୍ରଦେଶର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲଳିତା ଯାଦବ ଦୁଇଟି ବେଙ୍ଗ ବିଭାଘର କରାଇଛନ୍ତି ବୋଲି କୁହାଯାଉଛି।

ମନ୍ତ୍ରୀ ଓ ଅନ୍ୟାନ୍ୟ ସ୍ଥାନୀୟ ବିଜେବି ନେତାମାନେ ‘ଆଷାଢ଼ ଉତ୍ସବ’ ଆୟୋଜନ କରିଥିଲେ। ଏଥିରେ ଯାଦବଙ୍କ ଉପସ୍ଥିତିରେ ପୁରୋହିତ ବେଙ୍ଗ ବିଭାଘର ସମ୍ପନ୍ନ କରାଇଥିଲେ। ବାହାଘର ପରେ ବଡ଼ ଭୋଜି ହୋଇଥିଲା। ଏ ଅପୂର୍ବ ବାହାଘର ଦେଖିବାକୁ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ।

ମନ୍ଦିର ପୁରୋହିତ ଆଚାର୍ଯ୍ୟ ବ୍ରଜନନ୍ଦନ କହନ୍ତି: ଇନ୍ଦ୍ର ଦେବଙ୍କୁ ତୁଷ୍ଟ କରିବାକୁ ବେଙ୍ଗଙ୍କ ବାହାଘର ଓ ଭୋଜି ଗୋଟାଏ ପୁରାତନ ପରମ୍ପରା। ଏହି ଉତ୍ସବ ଯୋଗୁଁ ଏଥର ଭଲ ମୌସୁମୀ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

ମନ୍ତ୍ରୀଙ୍କ ଏ ଭଳି କାମକୁ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରି କହିଛି: ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏହା କରାଉଥିବାରୁ ଏହା ଅନ୍ଧବିଶ୍ୱାସର ଅଧିକ ପ୍ରଚାର କରାଇବ।

ଯାଦବ କହନ୍ତି: ଏହା ଅନ୍ଧବିଶ୍ୱାସ ନୁହେଁ, ପଞ୍ଚତତ୍ତ୍ୱକୁ ନେଇ ଗଠିତ ପରିବେଶର ଭାରସାମ୍ୟ ରକ୍ଷା କରାଇବାକୁ ଆବଶ୍ୟକ ଏକ ପରମ୍ପରା। ପରିବେଶ ଅଂସଗତି ଯୋଗୁଁ ମରୁଡ଼ି ହୁଏ। ବୁନ୍ଦେଲଖଣ୍ଡ ପ୍ରତି ପରିବେଶ ସନ୍ତୁଷ୍ଟ ନୁହେଁ। ଆମେ ଈଶ୍ୱରଙ୍କୂୁ ସନ୍ତୁଷ୍ଟ କରି ପରିବେଶରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛୁ। ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଅତୀତରେ ଆମ ପୂର୍ବପୁରୁଷମାନେ ମନ୍ଦିରରେ ଏହି ଉତ୍ସବ ଆୟୋଜନ କରୁଥିଲେ।

ସମ୍ବନ୍ଧିତ ଖବର