ନୂଆଦିଲ୍ଲୀ: ବୁଧବାର ଏକ କାର୍ଯ୍ୟକ୍ରମକୁ ବିନା ମାସ୍କରେ ଯାଇଥିବା ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ନରୋତ୍ତମ ମିଶ୍ର ଏପରି କୋଭିଡ୍ କଟକଣା ଉଲ୍ଲଂଘନ କରି ବିବାଦୀୟ ହୋଇପଡ଼ିଛନ୍ତି। ଏକ ଜନଗହଳି ଭିତରେ ସେ ମାସ୍କ କିମ୍ବା ଅନ୍ୟ କୌଣସି କରୋନାଭୂତାଣୁ ସୁରକ୍ଷା ସରଞ୍ଜାମ ବିନା ଲୋକଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ତେବେ ଏ ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ଏପରି ସ୍ଥାନକୁ ସେ ମାସ୍କ ପିନ୍ଧି ଯାଆନ୍ତିନି ବୋଲି ଯୁକ୍ତି କରିବା ସହ ନ ପିନ୍ଧିଲେ କ'ଣ ବା ହୋଇଯିବ ବୋଲି ଟିପ୍ପଣୀ କରିଥିଲେ। ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମଧ୍ୟପ୍ରଦେଶ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ନୀତି ନିୟମ କେବଳ କ'ଣ ସାଧାରଣ ଜନତାଙ୍କ ପାଇଁ ବୋଲି ପ୍ରଶ୍ନ କରିଥିଲେ। ତେବେ ଆଜି ମନ୍ତ୍ରୀ ଶ୍ରୀ ମିଶ୍ର ଏଥିପାଇଁ କ୍ଷମା ମାଗିବା ସହ ସେ ପଲିପସ୍ ରୋଗରେ ପୀଡ଼ିତ ଥିବାରୁ ବେଶୀ ସମୟ ମାସ୍କ ପିନ୍ଧିଲେ ଅଣନିଃଶ୍ବାସୀ ହେଲା ପରି ଲାଗେ ବୋଲି ସଫେଇ ଦେଇଛନ୍ତି।
ମାସ୍କ ନପିନ୍ଧି ଅଡୁଆରେ ମଧ୍ୟପ୍ରଦେଶ ମନ୍ତ୍ରୀ
/sambad/media/post_attachments/wp-content/uploads/2020/09/dgh87d897dg98dgdgdgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)