ସୋନିଆଙ୍କୁ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଚିଠି

କମଳନାଥ ସରକାର ଭାଙ୍ଗିବାପାଇଁ ଚେଷ୍ଟା କରୁଛନ୍ତି ଦିଗବିଜୟ

ଭୋପାଳ: କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟପ୍ର‌ଦେଶରେ କମଳନାଥ ସରକାରକୁ ଭାଙ୍ଗିବାପାଇଁ ଚେଷ୍ଟା କରୁଛନ୍ତି। ଦିଗବିଜୟ ନିଜ ପାଖରେ ହିଁ କ୍ଷମତା ଠୁଳ କରିବାକୁ ଚାହୁଛନ୍ତି । ଏଥିପାଇଁ ସେ କମଳନାଥ ସରକାରରେ ଅସ୍ଥିରତା ସୃଷ୍ଟି କରିବାପାଇଁ ନିୟମିତ ବ୍ୟବଧାନ‌ରେ ତାଙ୍କ ପାଖକୁ ଚିଠି ଲେଖି ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରୁଛନ୍ତି ବୋଲି ମଧ୍ୟପ୍ରଦେଶ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଉମଙ୍ଗ ସିଂଗର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ବ୍ୟାପମ୍‌, ଇ-ଟେଣ୍ଡରିଂ ଏବଂ ବୃକ୍ଷରୋପଣ ଦୁର୍ନୀତି ମାମଲାରେ ଦିଗବିଗୟ କମଳନାଥ ଏବଂ ତାଙ୍କ କ୍ୟାବିନେଟ୍‌ ସହକର୍ମୀଙ୍କ ପାଖକୁ ଚିଠି ଲେଖୁଛନ୍ତି ଏବଂ ଏହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରୁଛନ୍ତି। ତେବେ ଏହି ଚିଠିକୁ ପାଥେୟ କରି ବିରୋଧୀ ଦଳମାନେ ସରକାରଙ୍କୁ ଘେରୁଛନ୍ତି ବୋଲ‌ି ସେ ଅଭି‌ଯୋଗ କରୁଛନ୍ତି। ଅନ୍ୟପକ୍ଷେ ଦିଗବିଜୟଙ୍କୁ ସମର୍ଥନ କରି ମନ୍ତ୍ରୀ ପିସି ଶର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାରେ କିଛି ଭୁଲ୍‌ ନାହିଁ, ସେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ‌ହୋଇଥିବାରୁ ତାଙ୍କର ଏସବୁ କରିବାର ଅଧିକାର ଅଛି।

ସମ୍ବନ୍ଧିତ ଖବର