ଭୋପାଳ: ମଧ୍ୟପ୍ରଦେଶ କ୍ୟାଡରର ନିଖୋଜ ଆଇଏଏସ୍ ଅଫିସର ରାଣୀ ବଂଶଲଙ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଚାକିରିରୁ ବହିଷ୍କାର କରାଯାଇଛି। ୨୦୧୫ ବ୍ୟାଚ୍ର ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର ବଂଶଲ ୨୦୧୯ ମେ ୩୧ ତାରିଖରୁ କାହାକୁ କିଛି ନ ଜଣାଇ ବିନା ଦରଖାସ୍ତରେ ଛୁଟିରେ ରହିଛନ୍ତି। ତାଙ୍କର ଦୀର୍ଘ ଅନୁପସ୍ଥିତି ପରେ ରାଜ୍ୟ ସରକାରଙ୍କ ସୁପାରିସକ୍ରମେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ରାଣୀଙ୍କ ନିଖୋଜ ମାମଲାକୁ ‘ଇସ୍ତଫା’ ବୋଲି ଧରିନେବାକୁ ନିଷ୍ପତ୍ତି ନେଇଥିଲେ। ଡିଓପିଟି ରାଜ୍ୟ ସରକାରଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲା। ରାଷ୍ଟ୍ରପତିଙ୍କ ଅନୁମତି ମିଳିବା ପରେ ରାଣୀଙ୍କ ଅନୁପସ୍ଥିତିକୁ ଇସ୍ତଫା ବୋଲି ଧରିନେଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି।
ମଧ୍ୟପ୍ରଦେଶ: ନିଖୋଜ ଆଇଏଏସ୍ ଅଫିସର ଚାକିରିରୁ ବହିଷ୍କୃତ
/sambad/media/post_attachments/wp-content/uploads/2022/12/15gdj65gdj321gjd321dgjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)