ମଧ୍ୟପ୍ରଦେଶରେ ସ୍କୁଲ୍‌ ବାହାରେ ଛାତ୍ରୀଙ୍କୁ ହତ୍ୟା

ଭୋପାଳ: ମଧ୍ୟପ୍ରଦେଶର କୋଟ୍‌ମା ସହରରେ ଆଜି ଜଣେ ଛାତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୂଚନାନୁଯାୟୀ ୧୭ ବର୍ଷୀୟା ଛାତ୍ରୀ ଜଣଙ୍କ କୋଟ୍‌ମା ସହରର ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେ ଗତକାଲି ସକାଳେ ପରୀକ୍ଷାଦେବାପାଇଁ ସ୍କୁଲ୍‌କୁ ଯାଉଥିବାବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ସ୍କୁଲ୍‌ ନିକଟରେ ଖଣ୍ଡାରେ ମାରି ହତ୍ୟା କରିଛି। ପୀଡ଼ିତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କୁ ଗତ କିଛଦିନ ହେବ ଜଣେ ବ୍ୟକ୍ତି ପିଛା କରୁଥିଲେ। ଗୁରୁବାର ଦିନ ମଧ୍ୟ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ପୀଡ଼ିତାଙ୍କୁ ପିଛା କରିଥିଲେ। ସେ ଠିକ୍‌ ସ୍କୁଲ୍‌ ନିକଟରେ ପହଞ୍ଚିବାବେଳେ ହିଁ ଦୁର୍ବୃତ୍ତ ଜଣଙ୍କ ତାଙ୍କ ବେକରେ ୩, ୪ଥର ଖଣ୍ଡା ପ୍ରହାର କରିଥିଲେ। ଫଳରେ ପୀଡ଼ିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ସୁନିଲ ଜୈନ କହିଛନ୍ତି। ଜଣେ ସ୍କୁଲ୍‌ ଶିକ୍ଷକ ଉକ୍ତ ଘଟଣାଟିକୁ ଦେଖି ଖୁବ୍‌ ଜୋର ଚିତ୍କାର କରିବାଫଳରେ ଅଭିଯୁକ୍ତ ଖସି ପଳାଇଥିଲା। ସ୍କୁଲ୍‌ କର୍ତ୍ତୃପକ୍ଷ ପରେ ପୁଲିସରେ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରୁ ପୀଡ଼ିତାଙ୍କ ମୃତଦେହ ସହ ଏକ ଖଣ୍ଡା ମଧ୍ୟ ଉଦ୍ଧାର କରିଛି। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ବୟାନ କ୍ରମେ ପୁଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଏବଂ ଆଇପିସିର ଧାରା ୩୦୨ ଅଧିନରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର