ଭୋପାଳ: ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ଓ ସେକ୍ସ ର‍୍ୟାକେଟ ବୋଲି କୁହା ଯାଉଥିବା ମଧ୍ୟପ୍ରଦେଶ ଇନ୍ଦୋରରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ ହେବାପରେ ଏବେ ବହୁ ପୂର୍ବତନ ମନ୍ତ୍ରୀ, ନେତା, ଆଇଏଏସ୍‌, ଆଇପିଏସ୍‌ ବାବୁଙ୍କ ଠାରୁ ଆରମ୍ଭ କରି ବହୁ ଟିଭି ସାମ୍ବାଦିକ ଘାଇଲା ହେବା ସହ ଏବେ ସେମାନଙ୍କ ଆଖିରୁ ନିଦ ହଜି ଯାଇଛି। ଟିଭି ରିପୋର୍ଟରମାନେ ଶ୍ୱେତା ର‍୍ୟାକେଟରେ ସାଜିଥିଲେ ଟଙ୍କା ଅସୁଲିର ମାଧ୍ୟମ।

Advertisment

ଅନ୍ୟ ପକ୍ଷରେ ଏହି ସେକ୍ସ ସ୍କାଣ୍ଡାଲର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)ର ତଦନ୍ତ ଯେତିକି ଯେତିକି ଆଗକୁ ବଢ଼ୁଛି ସେକ୍ସ ସ୍କାଣ୍ଡାଲ ପଛର ସେତିକି ସେତିକି ଗୂଢ଼ ଓ ରୋଚକ ରହସ୍ୟ ସବୁ ସାମନାକୁ ଆସିବାରେ ଲାଗିଛି। ପ୍ରଥମ ଦଫାରେ ବିଜେପିର ୬ ଜଣ, ଆର୍‌ଏସ୍‌ଏସ୍‌ର ୨ ଜଣ ଓ କଂଗ୍ରେସର ୨ ଜଣ ନେତାଙ୍କ ସମେତ ୧୩ ଜଣ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ଏହି ସେକ୍ସ ସ୍କାଣ୍ଡାଲରେ ସଂପୃକ୍ତ ଥିବା ନେଇ ଏସ୍‌ଆଇଟି ହାତରେ ଭିଡିଓ ଚିତ୍ର ସହ ଠୋସ୍‌ ପ୍ରମାଣ ଲାଗିଛି। ୬ ଜଣ ବିଜେପି ନେତାଙ୍କ ମଧ୍ୟରୁ ୨ ଜଣ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଏସ୍‌ଆଇଟି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଯାଞ୍ଚ ସରିଥିବା କିଛି ଭିଡିଓ କ୍ଲିପ୍‌ରେ ଏମାନେ ସେକ୍ସ ର‍୍ୟାକେଟର ଯୁବତୀମାନଙ୍କ ସହ ଅସଂଯତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

publive-image Ummid.com

ସେକ୍ସ ସ୍କାଣ୍ଡାଲର ମାଷ୍ଟର ମାଇଣ୍ଡ ଶ୍ୱେତା ଜୈନ୍‌ର ୩ଟି ଲାପ୍‌ଟପ୍‌ ଓ ୧୨ଟି ମୋବାଇଲରୁ ଜବତ ହୋଇଥିବା ସମସ୍ତ ୪୦୦୦ରୁ ଉର୍ଦ୍ଧ୍ୱ ଭିଡିଓ, ଚାଟ୍‌ ଓ ଭଏଏସ୍‌ ରେକର୍ଡିଂ ଫାଇଲର ଫୋରେନ୍‌ସିକ୍‌ ଯାଞ୍ଚ କରାଯିବ ବୋଲି କହିଛନ୍ତି ଏସ୍‌ଆଇଟି ମୁଖ୍ୟ ସଂଜୀବ୍‌ ସାମି।

ର‍୍ୟାକେଟ ପକ୍ଷରୁ ବ୍ଲାକ୍‌ମେଲିଂ ଓ ଟଙ୍କା ଅସୁଲି କରୁଥିଲେ ଟିଭି ସମ୍ବାଦିକ

publive-image National Herald

ପ୍ରଥମେ ନେତା ଓ ଅଫିସରମାନଙ୍କୁ ହନିଟ୍ରାପ୍‌ରେ ଫସାଇବା ପରେ ସେମାନଙ୍କୁ ଯୌନଲାଳସା ମେଣ୍ଟାଇବାକୁ ଯୁବତୀ ଯୋଗାଇ ଦେଉଥିଲା ର‍୍ୟାକେଟ୍‌ର ମାଷ୍ଟର ମାଇଣ୍ଡ ଶ୍ୱେତା। ଆଉ ଶ୍ୱେତାର ନିୟନ୍ତ୍ରଣରେ ଥିବା ଏକାଧିକ ଗେଷ୍ଟ ହାଉସ୍‌ ଓ ଆପାର୍ଟମେଣ୍ଟ ଫ୍ଲାଟ୍‌ରେ ନେତା ଓ ଅଫିସରମାନେ ଯେତେବେଳେ ଯୁବତୀମାନଙ୍କ ସହ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲେ ସେତେବେଳେ ସେ ସେମାନଙ୍କର ଭିଡିଓ ଚିତ୍ର ଉତ୍ତେଳନ କରିବା ସହ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ସେମାନଙ୍କ ଠାରୁ ବଳ ପୂର୍ବକ ଟଙ୍କା ଅସୁଲି ଆରମ୍ଭ କରି ଦେଉଥିଲା।

ଏହି ବ୍ଲାକ୍‌ମେଲିଂ ଓ ଟଙ୍କା ଅସୁଲି ପାଇଁ ଶ୍ୱେତା ନିୟୋଜିତ କରିଥିଲା କିଛି ଟିଭି ରିପୋର୍ଟରଙ୍କୁ। ସେମାନଙ୍କ ହାତରେ ସେ ଗୁପ୍ତରେ ରେକର୍ଡିଂ କରିଥିବା ଭିଡିଓର ଗୋଟିଏ ଗୋଟିଏ ସିଡି ଧରାଇ ଦେଇ ସେମାନଙ୍କୁ କାମରେ ଲଗାଇ ଦେଉଥିଲା ଶ୍ୱେତା। ଏହି ଟିଭି ରିପୋର୍ଟରମାନେ ଶ୍ୱେତା ଠାରୁ ନିର୍ଦ୍ଦେଶ ପାଇବା ପରେ ଜାଲରେ ଫସିଥିବା ନେତା ଓ ଅଫିସରମାନଙ୍କୁ ଭିଡିଓ ସଡିିର ଭୟ ଦେଖାଇ ସେମାନଙ୍କୁ ବ୍ଲାକ୍‌ମେଲିଂ କରିବା ସହ ସେମାନଙ୍କ ଠାରୁ ବଳପୂର୍ବକ ଟଙ୍କା ଅସୁଲି କରୁଥିଲେ। ଏହି କାର୍ଯ୍ୟ କରୁଥିବା କିଛି ଟିଭି ରିପୋର୍ଟରମାନଙ୍କ ନାମ ଶ୍ୱେତା ଏସ୍‌ଆଇଟି ଆଗରେ ଖୁଲାସା କରିଥିବା କହିଛନ୍ତି ଏସ୍‌ଆଇଟି ମୁଖ୍ୟ ସଂଜୀବ୍‌ ସାମି।