ଦିନ୍ଦୋରୀ: ସ୍ବାମୀକୁ ଗୁଳି ବାଜିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ ସ୍ତ୍ରୀ। ମୃତ୍ୟୁ ହେବାରୁ ଶଯ୍ୟାରେ ଲାଗିଥିବା ରକ୍ତ ସଫା କରିବାକୁ କହିଲେ ନର୍ସ । ଏହି ଘଟଣା ପରେ ଏବେ ବିବାଦରେ ଡାକ୍ତରଖାନା । ଏଭଳି ଦାବି ମଧ୍ୟରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳା ପ୍ରମାଣ ଯୋଗାଡ କରିବା ପାଇଁ ନିଜ ଇଚ୍ଛାରେ ଶଯ୍ୟାରେ ଲାଗିଥିବା ରକ୍ତ ସଫା କରିଥିଲେ ବୋଲି କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ମୃତକଙ୍କ ନାମ ଶିବରାଜ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଜମି ବିବାଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହେବାରୁ ଦିନ୍ଦୋରୀ ଜିଲ୍ଲାର ଲାଲପୁର ଗାଁରେ ରହୁଥିବା ଶିବରାଜ, ତାଙ୍କ ବାପା ଓ ୨ଭାଇଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଗୁଳି ବାଜିବାରୁ ଶିବରାଜଙ୍କ ବାପା ଓ ଜଣେ ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ସହ ଗୁରୁତର ଥିବା ଶିବରାଜ ଓ ତାଙ୍କର ଆଉ ଜଣେ ଭାଇ ରାମରାଜଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶିବରାଜଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ୫ମାସର ଗର୍ଭବତୀ ଥିବା ପତ୍ନୀଙ୍କୁ ନର୍ସ ଶିବରାଜ ଚିକିତ୍ସିତ ହେଉଥିବା ବେଡ୍ ସଫା କରିବାକୁ କହିଥିଲେ। ଏହାର ଏକ ଭିଡିଓ ବି ଭାଇରାଲ ହେଉଛି, ଯେଉଁଥିରେ ନର୍ସ ତାଙ୍କୁ ଭଲ ଭାବରେ ସଫା କରିବାକୁ କହୁଛନ୍ତି।
ये महिला सरकारी अस्पताल के जिस बिस्तर को साफ कर रही है उस पर थोड़ी देर पहले इनका पति लेटा था 5 महीने की गर्भवती है अस्पताल ने कथित तौर पर मौत के बाद बिस्तर इनसे साफ करवाया डिंडोरी में तिहरे हत्याकांड का मामला है इसके आगे मानवता और शब्द मर जाते हैं
— Anurag Dwary (@Anurag_Dwary) November 1, 2024
श्रद्धांजलि... pic.twitter.com/IuDzX3kYM8
ଏହା ସହ ମହିଳାଙ୍କ ହାତରେ ରକ୍ତଭିଜା ଟିସୁ ବି ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନାକୁ ଟ୍ରୋଲ କରାଯିବାରୁ ହତ୍ୟା ମାମଲାରେ ପ୍ରମାଣ ଯୋଗାଡ କରିବା ଉଦ୍ଦେଶ୍ୟରେ ମହିଳା ନିଜ ଇଚ୍ଛାରେ ରକ୍ତ ପଡ଼ିଥିବା ବେଡ୍ ସଫା କରିଥିଲେ ବୋଲି କହିଛନ୍ତି କର୍ତ୍ତୃପକ୍ଷ।