ଯୁବ କଂଗ୍ରେସ ନେତାଙ୍କ ମୃତ୍ୟୁ ପରେ ପୁଅର ଅଙ୍ଗଦାନ କଲେ ବାପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଚିବ ତଥା ସାମାଜିକ ସେବୀ ଅଙ୍କିତ ମିଶ୍ରଙ୍କ ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ହୋଲି ପରଦିନ ଅଙ୍କିତ ମିଶ୍ର ତାଙ୍କ ବାସଭବନର ବାଲକୋନିରେ ଠିଆ ହୋଇଥିଲେ। ଏହି ସମୟରେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜବଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯିବା ପରେ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା। ମେଦାନ୍ତ ହସ୍ପିଟାଲରେ ଡାକ୍ତର ଅଙ୍କିତଙ୍କ ଚିକିତ୍ସା କରୁଥିବା ବେଳେ  ବ୍ରେନ ଡେଡ ‌ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ମୃତ ଅଙ୍କିତଙ୍କ ବାପା କହିଛନ୍ତି, ‘ଡାକ୍ତର ଯେ‌ତେବେଳେ ଅଙ୍କିତଙ୍କୁ ବ୍ରେନ ଡେଡ ଘୋଷଣା କରି ବଞ୍ଚିବାର ଆଉ କୌଣସି ଆଶା ନଥିବା କହିଥିଲେ ମୋ ପାଦ ତଳୁ ମାଟି ଖସି ଯାଇଥିଲା। ଭେଣ୍ଡିଆ ପୁଅକୁ ଆଖି ସାମ୍ନାରେ ହରାଇବା ଦୁଃଖରେ ମୋ ଛାତି ଫାଟି ପଡ଼ୁଥିଲା।

ଏଭଳି ଦୁଃଖ ସମୟରେ ମୁଁ ସ୍ଥିର କଲି ମୋ ପୁଅ ସିନା ଚାଲି ଯିବ ତାର ଅଙ୍ଗଦାନ କଲେ ସେ ପୁଣି ବଞ୍ଚି ଉଠିବ। ତେଣୁ ଡାକ୍ତରଙ୍କ ସହ ସମ୍ପର୍କ କରି ମୋ ନିଷ୍ପତ୍ତି ଜଣାଇଥିଲି।

ମୋ ନିଷ୍ପତ୍ତିକୁ ଡାକ୍ତର ପ୍ରଶଂସା କରିବା ସହିତ ପୁଅ ଅଙ୍କିତ ମିଶ୍ରର ଉଭୟ ଆଖି, ଫୁସଫୁସ , କିଡନୀ ଏବଂ ଯକୃତ ଦାନ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ପୁଅର ଅଙ୍ଗ ଦାନ ପରେ ୭ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ’

ସମ୍ବନ୍ଧିତ ଖବର