ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଛୁଇଁବା ବେଳେ ଦେଶର ସମସ୍ତ ସ୍ଥାନରେ କିନ୍ତୁ କମ୍ ହୋଇ ନାହିଁ ଗ୍ରୀଷ୍ମ ପ୍ରଭାବ। କେଉଁଠି ବର୍ଷା ହେତୁ ଜନସାଧାରଣ ସାମାନ୍ୟ ଆଶ୍ୱସ୍ତ ହେଉଥିବା ବେଳେ ପୁଣି କେଉଁଟି ଗ୍ରୀଷ୍ମର ତାଣ୍ଡବ ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ। ଶୁକ୍ରବାର ମଧ୍ୟପ୍ରଦେଶରେ ରେକର୍ଡ ହୋଇଛି ସର୍ବାଧିକ ତାପମାତ୍ରା। ରାଜ୍ୟର ପର୍ଯ୍ୟଟନସ୍ଥଳୀ ଖଜୁରାଓଠାରେ ସର୍ବୋଚ୍ଚ ତାପମାତ୍ରା ୪୭.୫ ଡିଗ୍ରି ସେଲ୍ସିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।
/sambad/media/post_attachments/wp-content/uploads/2018/05/download-4-8-300x168.jpg)
ଆଞ୍ଚଳିକ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆହୁରି ବି ସୂଚନା ମିଳିଛି ଯେ ଏହି ଗ୍ରୀଷ୍ମ ପ୍ରଭାବ ଗ୍ଵାଲିୟର୍, ହୋସାଙ୍ଗାବାଦ୍, ଖଣ୍ଡଓ୍ଵା, ଖରଗୋନ, ଛତରପୁର, ରଇସେନ୍, ଦାମ୍ହୋ, ରେଓ୍ଵା, ସତନା, ଶିବପୁରୀ, ତିକାମଗଡ଼ ଆଦି ଅଞ୍ଚଳକୁ ପ୍ରଭାବିତ କରିବ।
/sambad/media/post_attachments/wp-content/uploads/2018/05/monsoon-k06F-621x414@LiveMint-300x200.jpg)
ଉଲ୍ଲେଖଯୋଗ୍ୟ, ଏପଟେ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶୁକ୍ରବାର ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Presentation2.jpg)