ଆଧାର ନ ଥାଇ ଆୟକର ରିଟର୍ଣ୍ଣ ଫାଇଲ୍‌ କରିବା ପାଇଁ ମହିଳାଙ୍କୁ ଅନୁମତି ଦେଲେ ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ: ଆଧାର କାର୍ଡ କିଂବା ଏନ୍‌ରୋଲ୍‌ମେଣ୍ଟ୍‌ ନମ୍ବର ଉଦ୍ଧୃତ ନ କରି ଆୟକର ଟିକସ ରିଟର୍ଣ୍ଣ ଫାଇଲ୍‌ କରିବା ନିମନ୍ତେ ବୁଧବାର ଦିନ ମାଡ୍ରାସ୍‌ ହାଇକୋର୍ଟ ଜଣେ ମହିଳାଙ୍କୁ ଅନୁମତି ଦେଇଛନ୍ତି।

ପ୍ରୀତି ମୋହନ କରିଥିବା ଆବେଦନ ଉପରେ ବିଚାରପତି ଟିଏସ୍‌ ଶିବନାଗମ୍‌ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି।

ଆୟକର ରିଟର୍ଣ୍ଣ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରୁଥିବା ଆୟକର ଟିକସ ଧାରା ସେକ୍‌ସନ୍‌ ୧୩୯୯ ଏଏ ଉପରେ ଆଂଶିକ ରହିତାଦେଶ ଜାରି କରିଥିବା ବିନୟ ବିଶ୍ୱମ୍‌ ବନାମ୍‌ ୟୁନିୟନ୍‌ ଇଣ୍ଡିଆ ମାମଲା ଉପରେ ନିର୍ଭର କରି ସେ ଅଦାଲତକୁ ଯାଇଥିଲେ।

ମହିଳାଙ୍କ ଓକିଲ ଦର୍ଶାଇଥିଲେ ଯେ ଏହି ମାମଲାରେ ଉଚ୍ଚତ୍ତମ ନ୍ୟାୟାଳୟ ଜାରି କରିଥିବା ନିର୍ଦେଶରୁ ସ୍ପଷ୍ଟ ଯେ ଆଧାର ସ୍କିମ୍‌ ସର୍ବଦା ଇଚ୍ଛାଧୀନ।
ଉଚ୍ଚତମ ନ୍ୟାୟାଳୟ ଆଂଶିକ ରହିତାଦେଶ ଲାଗୁ କରିଥିବା ସତ୍ତ୍ୱେ ଆୟକର ବିଭାଗ ଆଧାର ସଂଯୋଗ ଦାବି କରି ଯେଭଳି ରୀତିରେ କାମ କରୁଛି ତାହା ଅଦାଲତ ଆଦେଶର ସିଧାସଳଖ ବିରୁଦ୍ଧାଚରଣ ବୋଲି ଓକିଲ କହିଛନ୍ତି।

ଆଧାର ନମ୍ବର ଅଥବା ଏନ୍‌ରୋଲ୍‌ମେଣ୍ଟ୍‌ ନମ୍ବର ଉଦ୍ଧୃତ ନ କରି ଲୋକମାନଙ୍କୁ ରିଟର୍ଣ୍ଣ ଫାଇଲ୍‌ କରିବାକୁ ଅନୁମତି ଦେଉଥିବା କେରଳ ହାଇକୋର୍ଟରେ ଆଗତ ସେହି ପ୍ରକାରର ଏକ ପିଟିସନ୍‌କୁ ମଧ୍ୟ ଆବେଦନକାରିଣୀ ରେଫର୍‌ କରିଥିଲେ।

ସମ୍ବନ୍ଧିତ ଖବର