ନୂଆଦିଲ୍ଲୀ: ଗାନ୍ଧୁଙ୍କ ହତ୍ୟାକାରୀ ନାଥୁରାମ ଗଡେସଙ୍କୁ ଅଭିନେତା ଟର୍ଣ୍ଣଡ ରାଜନେତା କମଲ ହସନ ପ୍ରଥମ ହିନ୍ଦୁ ଆତଙ୍କବାଦୀ କହି ବିବାଦୀୟ ହେବା ମାମଲାରେ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରାଯାଇଛି। ମାଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ୍ ସୋମବାର କମଲଙ୍କୁ ଏହି ଜାମିନ୍ ପ୍ରଦାନ କରିଛନ୍ତି।
ରାଜନୈତିକ ଦଳ ମକ୍କାଲ ନିଦ୍ଧି ମୈୟାମର ସଭାପତି କମଲ ହସନ ଗତ ସପ୍ତାହରେ ଅରଭା କୁରିଚିଠାରେ ଏକ ରାଲିରେ ଯୋଗ ଦେଇ କହିଥିଲେ କି ‘ ଦେଶର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା କରିଥିବା ନାଥୁରାମ ଗଡସେ ହେଉଛନ୍ତି ପ୍ରଥମ ହିନ୍ଦୁ ଆତଙ୍କବାଦୀ।’
କମଲଙ୍କର ଏପରି ମନ୍ତବ୍ୟକୁ ବିଭିନ୍ନ ଆଡୁ ନିନ୍ଦା କରାଯାଇଥିଲା। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୧୫୩ଏ ଏବଂ ୨୯୫ଏ ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା। ଅନେକ ରାଜନୈତିକ ଦଳ ତାଙ୍କ ବୟାନକୁ ନିନ୍ଦା କରିବା ପରେ କମଲ କହିଥଇଲେ କି ସେ କେବଳ ‘ଐତିହାସିକ ସତ୍ୟ’ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Kamal-Haasan-IANS-13-5-19.jpg)